ବନ୍ୟା ପାଣିରେ ଭାଙ୍ଗିଲା ମହ୍ଲାରପଦା ପୋଲ, ରାଜନଗର-ସାହାରପଡା ଯୋଗାଯୋଗ ବିଚ୍ଛିନ୍ନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଠାରେ ବୈତରଣୀ ସେତୁର ଅପରପାର୍ଶ୍ୱରେ ଥିବା ମହ୍ଲାରପଦା ନଳା ପୋଲର ପାଇପ ବନ୍ୟା ଉପରେ ପାଣିରେ ଭାସି ଯିବା ସହ ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏହି ରାସ୍ତାଟି ରାଜନଗରରୁ ସାହାରପଡାକୁ ସିଧାସଳଖ ହେଉଥିବା ବେଳେ ଏହି ରାସ୍ତାରେ ସାହରପଡ଼ା ବ୍ଲକର ମହ୍ଲାରପଦା, ଉଦୟପୁର, ଖଜିରାପାଟ ଓ ବାଇକଳା ପଞ୍ଚାୟତ ଅଞ୍ଚଳର ଜନସାଧାରଣ ଦୈନିକ ଯାତାୟାତ କରିଥାନ୍ତି । ବାତ୍ୟା ୟାସ୍ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ଯାହା ଫଳରେ ମଲ୍ଲାରପଦା ନାଳରେ ବନ୍ୟା ପାଣି ଆସି ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଯାହାଫଳରେ ରାଜନଗର ଦେଇ ସାହାରପଡା ବ୍ଲକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

Comments are closed.