ଭାରତ ବିରୋଧୀ ମନୋଭାବ ପଡ଼ିଲା କି ମହଙ୍ଗା? ନିଜ ଦଳରୁ ବହିଷ୍କାର ହେଲେ ମାଲେସିଆ ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ୩୭୦ ଧାରାକୁ ବିରୋଧ କରିଥିଲେ ମାଲେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ମହାତିର । ଜାତିସଂଘରେ ତୁର୍କୀ ସହ ପାକିସ୍ତାନ ସପକ୍ଷରେ ସ୍ବର ମିଳାଇଥିଲା ତାଙ୍କ ଦେଶ । ଏଥିରେ କ୍ଷୁବ୍ଧ ହୋଇଥିଲା ଭାରତ ଓ ମାଲେସିଆରୁ ପାମ୍ ଅଏଲ୍ ଆମଦାନୀ ବନ୍ଦ କରି ଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଗତ ଫେବ୍ରୁଆରୀ ମାସରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ୯୪ ବର୍ଷ ବୟସ୍କ ଏହି ନେତା ।

ଏବେ ତାଙ୍କ ଦଳ ତାଙ୍କୁ ବହିଷ୍କାର କରିଛି । ତାଙ୍କ ସହ ତାଙ୍କର ପୁଅ ଓ ଅନ୍ୟ ୩ ବରିଷ୍ଠ ସଦସ୍ୟଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି । ତେବେ କେଉଁ କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ତାହା ତାଙ୍କ ବିରୋଧୀମାନେ ସ୍ପଷ୍ଟ କରି ନାହାନ୍ତି । ଭାରତ ବିରୋଧୀ ମନୋଭାବ ଯୋଗୁଁ ତାଙ୍କ ଦେଶ ଯେଉଁ କ୍ଷତି ସହିଛି ସେଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଚର୍ଚା ହେଉଥିଲେ ହେଁ ଏହାର ସତ୍ୟତା ଜଣା ପଡ଼ିନାହିଁ ।

ଏବେ  ମୋହିଉଦ୍ଦିନ ୟାସିନଙ୍କୁ ଦେଶର ପ୍ରଧାନମନ୍ତ୍ରୀ  ଅଛନ୍ତି । ମହାତିରଙ୍କ ପୁଅ ମୋହିଉଦ୍ଦିନଙ୍କ ବିରୋଧରେ ଦେଶବ୍ୟାପୀ କ୍ୟାମ୍ପେନ ଆରମ୍ଭ କରିଛନ୍ତି ।  ମହାତିର ଓ ବରଖାସ୍ତ ହୋଇଥିବା ଅନ୍ୟ ନେତାମାନେ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ବେଆଇନ ଭାବରେ ଦଳରୁ ବହିଷ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି ।

Comments are closed.