MEllora 950×100

ବିଶ୍ବନାଥପୁରରୁ ଗଡ଼ିଲା ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ 

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ସ୍ବାସ୍ଥ୍ୟ ବିଭାଗ ତରଫରୁ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ବ୍ଲକ ବ୍ୟାପି ପୁରୁଷ ବନ୍ଧ୍ୟାକରଣ ସଚେତନତା ସପ୍ତାହ ପାଳିତ ହୋଇଥିବା ବେଳେ ସୋମବାରଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସେବା ପ୍ରଦାନ ସପ୍ତାହର ଶୁଭାରମ୍ଭ ହୋଇଛି । ଏହିକ୍ରମରେ ଆଜି ବିଶ୍ୱନାଥପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରଠାରେ ପୁରୁଷ ବନ୍ଧ୍ୟାକରଣ ରଥର ଶୁଭାରମ୍ଭ ହୋଇଥିବାବେଳେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିହାର ରଞ୍ଜନ ସାହୁ ପୁରୁଷ ବନ୍ଧ୍ୟାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଲାଞ୍ଜିଗଡ ବ୍ଲକର ସବୁ ପଞ୍ଚାୟତ ଅଞ୍ଚଳ ଅତିକ୍ରମ କରି ଲୋକଙ୍କୁ ସଚେତନ କରିବା ସହିତ ସଚେତନତା ବାର୍ତ୍ତାର ପ୍ରଚାର ପ୍ରସାର କରିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଜନ ସ୍ୱାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments are closed.