ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୋଦୀ

0

ମାଳଦ୍ୱୀପ : ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେବେ। ଏ ନେଇ ଶୁକ୍ରବାର ବିଦେଶ ମନ୍ତ୍ରାଳୟ ସଚିବ ରବିଶ କୁମାର ସୂଚନା ଦେଇଛନ୍ତି । ନଭେମ୍ବର ୧୭ ତାରିଖରେ ଏହି ସମାରହୋରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପ ଯିବାକୁ ନେଇ କିଛିଦିନ ପୂର୍ବରୁ ଏହାର ଚର୍ଚ୍ଚା ଜୋର ଧରିଥିଲା। ମାଳଦ୍ୱୀପ ରାଷ୍ଟ୍ରପତି ଚୟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ମାଳଦ୍ୱୀପ ଓ ଭାରତର ବୈଦଶିକ ସମ୍ପର୍କ ଭଲ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମାଳଦ୍ୱୀପ ଚୀନର ନିକଟବର୍ତ୍ତୀକୁ ନେଇ ଭାରତର ଚିନ୍ତା ବଢାଇଥିବା ଜଣାପଡିଛି।

Leave A Reply