ମାଲେସିଆରେ ଅପହୃତ ଭାରତୀୟ ଉଦ୍ଧାର, ୩ ପାକିସ୍ତାନୀ ଗିରଫ

0

ନୂଆଦିଲ୍ଲୀ : ମାଲେସିଆରେ ଅପହୃତ ଜଣେ ଭାରତୀୟଙ୍କୁ ମାଲେସିଆ ପୁଲିସ୍‍ ଉଦ୍ଧାର କରିବାରେ ସଫଳ ହୋଇଛି ବୋଲି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ପାକିସ୍ତାନର ୩ ନାଗରିକଙ୍କୁ ଗିରଫ କରାଯାଇଛି। ଅପହରଣକାରୀଙ୍କ ଠାରୁ ଉଦ୍ଧାର ପାଇଥିବା ଭାରତୀୟଙ୍କ ନାମ ସଞ୍ଜୀବ ଏବଂ ସେ ମଧ୍ୟପ୍ରଦେଶ ନିବାସୀ ବୋଲି ଜାଣିବାକୁ ମିଳିଛି। ସୁଷମା ଟୁଇଟ୍‍ କରି ଜଣାଇଥିଲେ ଯେ ଅପହୃତ ସଞ୍ଜୀବଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ରାଷ୍ଟ୍ରଦୂତ ମୃଦୁଲ କୁମାର ଏବଂ ତାଙ୍କ ଦଳକୁ ଏଥିପାଇଁ ପ୍ରଶଂସା କରାଯାଇଛି। ମଲେସିଆସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ୨୮ ଜୁଲାଇ ଟୁଇଟ୍‍ କରି ଜଣାଇଥିଲେ ଯେ ରୟାଲ ମାଲେସିଆ ପୁଲିସ୍‍ ସଞ୍ଜୀବଙ୍କୁ ଅପହରଣକାରୀଙ୍କ କବଳରୁ ମୁକ୍ତ କରି ନେଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଞ୍ଜୀବଙ୍କ ଉଦ୍ଧାର ପରେ ଖୁସି ଜାହିର କରିଛନ୍ତି।

Leave A Reply