ଅସନପାଟ ସେବାଶ୍ରମରେ ମ୍ୟାଲେରିଆ ଚିହ୍ନଟ ଶିବିର

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଅସନପାଟଠାରେ ରହିଥିବା ସେବାଶ୍ରମ ସ୍କୁଲରେ ମ୍ୟାଲେରିଆ ଚିହ୍ନଟ ଶିବିର ଗୁରୁବାର ଦିନ ଉଖୁଣ୍ଡା ସ୍ୱାସ୍ଥ୍ୟ ପରିଦର୍ଶକ ସଞ୍ଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅସନପାଟ ସେବାଶ୍ରମ ଛାତ୍ରାବାସରେ ବର୍ତ୍ତମାନ ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ମାନେ ରହି ଶିକ୍ଷା ଗ୍ରହଣ କରୁଛନ୍ତି। ଛାତ୍ରାବାସରେ ରହୁଥିବା ୨୨୪ ଜଣ ଛାତ୍ର-ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମ୍ୟାଲେରିଆ ରୋଗ ଚିହ୍ନଟ ପାଇଁ ରକ୍ତ ନମୁନା ସଂଗ୍ରହ କରି ତାହାକୁ କିଟ୍‍ ମାଧ୍ୟମରେ ପରୀକ୍ଷା କରାଯାଇଥିଲା। ବିଦ୍ୟାଳୟର ସମସ୍ତ ପିଲାଙ୍କ ରକ୍ତ ପରୀକ୍ଷା କରାଗଲା କିନ୍ତୁ କୌଣସି ପିଲାଙ୍କ ପାଖରେ ମ୍ୟାଲେରିଆ ଜୀବାଣୁ ନଥିବା ରକ୍ତ ପରୀକ୍ଷାରୁ ଜଣାପଡି ଥିବା ସମ୍ପର୍କରେ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ । ଏହି ମ୍ୟାଲେରିଆ ଚିହ୍ନଟ ଶିବିରରେ ଅସନପାଟ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ କଳ୍ପନା ନାଏକ, ଆଶା ଚନ୍ଦ୍ରକଳା ନାଏକ, ଧରିତ୍ରୀ ବାରିକ, ସୁଲୋଚନା ନାଏକ ପ୍ରମୁଖ ପିଲାଙ୍କ ରକ୍ତକୁ ସଂଗ୍ରହ କରି ମ୍ୟାଲେରିଆ ରୋଗ ପାଇଁ ଚିହ୍ନଟ କରିଥିଲେ। ମ୍ୟାଲେରିଆ ଚିହ୍ନଟ ଶିବିର ସରିବା ପରେ ଡେଙ୍ଗୁ ଡାଇରିଆ ସଚେତନା ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଡେଙ୍ଗୁ ଓ ଡାଇରିଆ ରୋଗରୁ କିପରି ପିଲା ମାନେ ନିଜକୁ ରକ୍ଷା କରିପାରିବେ ସେ ସମ୍ପର୍କରେ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ବର୍ଷା ଋତୁରେ ଡାଇରିଆ ବ୍ୟାପିଥାଏ । ଏହି ରୋକୁ କିପରି ପ୍ରତିହତ କରାଯାଇ ପାରିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଛାତ୍ର- ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ ।

Comments are closed.