ମଲାରପଦା ପଞ୍ଚାୟତ ୭୨ ଘଣ୍ଟା ସଟଡାଉନ୍

ପାଟଣା: ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ ଖଜୀରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ସେବାଶ୍ରମ ସଂଗରୋଧ କେନ୍ଦ୍ରରୁ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ବିନିଦାରୁ ୩ ଜଣ ଲୋକାଲ କେସ ବାହାରିବାରୁ ମଲାରପଦା ପଞ୍ଚାୟତର ସମସ୍ତ ଗ୍ରାମକୁ ୭୨ ଘଣ୍ଟା ପାଇଁ ସରପଞ୍ଚ ବିମ୍ବାଧର ନାଏକ ସଟଡାଉନ୍ ଘୋଷଣା କରିଛନ୍ତି। ପଞ୍ଚାୟତର ମଲାରପଦା, ବନମାଳୀପୁର, ବାଲିପଶି , ଜାମୁଦା , ଗଣିଆବରେଇ, ଅର୍ଜୁନପଶି, ବିନିଦା, ମୟୂରପଙ୍ଖା, ବେଗୁନାପଶି ଓ ଖୁଣ୍ଟାପିଙ୍ଗୁ ଗ୍ରାମକୁ ୨୫ ତାରିଖ ସକାଳ ୫ଟା ଠାରୁ ୨୮ ତାରିଖ ସକାଳ ଯାଏଁ ସଟଡାଉନ୍ ସମୟରେ ବ୍ୟାଙ୍କ୍ ଓ ଅନ୍ୟାନ୍ୟ ଅଫିସ୍ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

Comments are closed.