ସାମ୍ନାକୁ ଆସିଲା ‘ମଲଙ୍ଗ’ର ପ୍ରଥମ ପୋଷ୍ଟର: ଭିନ୍ନ ଲୁକ୍‌ରେ ଆଦିତ୍ୟ

ମୁମ୍ବାଇ: ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ର ପ୍ରଥମ ପୋଷ୍ଟର ଶୁକ୍ରବାର ସାମ୍ନାକୁ ଆସିଛି। ଏଥିରେ ଆଦିତ୍ୟ ତାଙ୍କ ପୂର୍ବ ଚଳଚ୍ଚିତ୍ରଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି।

ପୋଷ୍ଟରରେ ଆଦିତ୍ୟ ବିନା ସାର୍ଟରେ ଥିବା ବେଳେ ରାଗରେ ଚିଲ୍ଲାଉଥିବା ଦେଖିବାକୁ ମିଳିଛି। ଶରୀରରେ ଶିର ସମ୍ପୂର୍ଣ୍ଣ ଦେଖାଯିବା ସହ ଆର୍ମି ଷ୍ଟାଇଲର କେଶ ଓ ଦାଢି ରଖିଛନ୍ତି। ତାଙ୍କର ଏହି ଲୁକ୍‌ରେ ଉତ୍ତେଜନା ପରିଷ୍କାର ଦୃଶ୍ୟମାନ ହେଉଛି। ଆଦିତ୍ୟ ନିଜେ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହା ସହିତ ଆସନ୍ତା ୬ ତାରିଖରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବ ବୋଲି ଆଦିତ୍ୟ ସୂଚନା ଦେଇଛନ୍ତି।

Comments are closed.