କାଶ୍ମୀରବାସୀଙ୍କ ପାଇଁ ଚିନ୍ତା ପ୍ରକଟ କଲେ ନୋବେଲ ଶାନ୍ତି ବିଜେତା

କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଚିହିଁକି ଉଠିଛି ସମଗ୍ର ପାକିସ୍ତାନ। ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ପାକିସ୍ତାନର ସାମାଜୀକ କର୍ମୀ ମଲାଲା ୟସୁଫଜାଈ ଆଜି ଟ୍ୱିଟରେ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଲେଖିଛନ୍ତିଯେ ମୋ ବାପା ମାଙ୍କ ପିଲାବେଳୁ ଏବଂ ମୋ ପିଲା ବେଳୁ କାଶ୍ମୀରବାସୀ ଆତଙ୍କ ପରିବେଶରେ ରହୁଥିବା ଆମେ ଦେଖିଆସୁଛୁ ଏବଂ ଧାରା ୩୭୦ କାଶ୍ମୀରବାସୀଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲା।

ଏହା ଉଚ୍ଛେଦ  କାଶ୍ମୀରବାସୀଙ୍କ ପାଇଁ ବଡ ବିପଦ । ଧାରା ୩୭୦ ଉଚ୍ଛେଦପରେ କାଶ୍ମୀରର ମହିଳା ଏବଂ ଶିଶୁ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କାଶ୍ମୀରର ଶିଶୁ ଓ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ମଲାଲା ।

Comments are closed.