ଏ.ପି.ସି.ଏଲ୍‍.ସି.କୁ ଆଦିବାସୀଙ୍କ ବିରୋଧ

0

ମାଲକାନଗିରି : ମାଲକାନଗିରି ଜିଲା ବିଛିନ୍ନାଞ୍ଚଳରେ ଗତ ଅକ୍ଟୋବର ୧୨ ତାରିଖ ଦିନ ଆନ୍ଧ୍ର ପୁଲିସ ଓ ଓଡିଶା ପୁଲିସର ମିଳିତ କୁମ୍ବିଂ ଅପରେସନ ସମୟରେ ପୁଲିସ ଗୁଳିରେ ମାଓ ନେତ୍ରୀ ମୀନାଙ୍କ ମୃତ୍ୟୁ ଘଟିଥିଲ।। ମୀନାଙ୍କ ଶବ ବ୍ୟବଛେଦ ପରେ ତେଲେଙ୍ଗାନାରୁ ଆସିଥିବା ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରା ଯାଇଥିଲ।। ଦୁଇମାସ ପରେ ଏହି ଘଟଣା ସମ୍ବନ୍ଧରେ ଆନ୍ଧ୍ର ପ୍ରଦେଶର ବିଜୟଓ୍ୱାଡା, ବିଶାଖାପାଟଣା ଏ.ପି.ସି.ଏଲ୍‍.ସି.ର ଅଧ୍ୟକ୍ଷ ଚିଲୁକୁଲା ଚନ୍ଦ୍ରଶେଖରଙ୍କ ଅଧ୍ୟକ୍ଷତାରେ ଏକ ଦଳ ଘଟଣାର ଅନୁସନ୍ଧାନ ପାଇଁ ବିଛିନ୍ନାଞ୍ଚଳର ଅଣ୍ଡ୍ରାପାଲ୍ଲୀ ପହଞ୍ଚିଥିଲେ। ତେବେ ବିଛିନାଞ୍ଚଳର ଅର୍ଜୁନ ହନ୍ତାଳ, ହରିମୋହନ ଖେମୁଡୁଙ୍କ ସହ ଅନେକ ଆଦିବାସୀ ଏହି ଦଳକୁ ବିଭିନ୍ନ ପ୍ରଶ୍ନ ପଚାରିଥିଲ। ଆଦିବାସୀମାନଙ୍କ କହିବା ଅନୁଯାୟୀ ଯେତେବେଳେ ମାଓବାଦୀ ମାନେ ଆମ୍ଭମାନଙ୍କୁ ମାଡମାରିବା, ହତ୍ୟା କରିବା ଏବଂ ଗ୍ରାମରୁ ତଡି ଦେଉଥିଲେ ସେତେବେଳେ ଆପଣମାନେ କେଉଁଠି ଥିଲୋ ବର୍ତ୍ତମାନ ମାଓ ନେତ୍ରୀ ମୀନାଙ୍କ ମୃତ୍ୟୁ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ପାଇଁ କାହିଁକି ଆସିଛନ୍ତିା ଆମେ ବିଛିନ୍ନାଞ୍ଚଳ ବାସୀ ମାଓ ବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଟ ହୋଇଥିବା ବେଳେ ଅନେକ ଧନ ଜୀବନ ନଷ୍ଟ ହୋଇଛିା ଅନେକ ଗ୍ରାମ ଛାଡି ବେଘର ହୋଇଛନ୍ତିା ସେହି ସମୟରେ ଆସିଥିବା ଏହି ଦଳ କେଉଁଠି ଥିଲା ବୋଲି ପ୍ରଶ୍ନ କରି ରାସ୍ତା ଅବରୋଧ କରିବା ସହ ଫେରି ଯାଅ ଫେରି ଯାଅ ବୋଲି ଫ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲୋ ଯାହାଫଳରେ ଏହି ଦଳ ଫେରି ଆସିଥିବା ସୂଚନା ମିଳିଛି। ତେବେ ଏନେଇ ମାଲକାଗିରି ଏସ୍‍.ପି. ଜଗମୋହନ ମୀନା କହିଛନ୍ତି-  ପୁଲିସ କାହାର ଶତ୍ରୁ ନୁହେଁ, ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁସିତ ଓ ମାଓ ପ୍ରବଣ ଜିଲ୍ଲାରେ ଲୋକଙ୍କ ସୁରକ୍ଷା  ପାଇଁ ଆମେ ଏଠାରେ କାର୍ଯ୍ୟ କରୁଛୁ ଏବଂ ଗଣତନ୍ତ୍ରକୁ ଯିଏ ବିରୋଧ କରିବ ପୁଲିସ ପ୍ରଶାସନ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବନ୍ଧୁକ ଧରି ଆଦିବାସୀ ଅଞ୍ଚଳରେ ବିପ୍ଲବ ନାମରେ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ପୁଲିସ ନିଶ୍ଚୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ତେଣୁ ହିଂସା ପରିହାର କରି ମୁଖ୍ୟ ସ୍ରୋତରେ ସାମିଲ ହୋଇ ଗଣତନ୍ତ୍ର ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିଶ୍ଚିତ ଭାବେ ଜନତାଙ୍କ ଭାବ ଆବେଗକୁ ସଂଘ ସଂଗଠନ ନାମରେ ଆଘାତ ପହଞ୍ଚାଉଥିବା ଲୋକଙ୍କୁ ଆଦିବାସୀ ମାନେ ବିରୋଧ କରିବେ ବୋଲି ସେ ପ୍ରକାଶ କରିଛନ୍ତିା

Leave A Reply