ବେଆଇନ୍ ମଦ କାରବାର ନେଇ ଅଙ୍ଗନୱାଡ଼ି କର୍ମୀ ଗିରଫ

ମାଲକାନଗିରି : ମାଲମକାନଗିରି ଜିଲା ତିଣ୍ଡିକି ପଞ୍ଚାୟତର ଟିଟଙ୍ଗ ଗ୍ରାମରେ ଜଣେ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ବେଆଇନ ମଦ କାରବାର କରି ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ବେଆଇନ ମଦ ବିକ୍ରି କରୁଥିବା ଗ୍ରମବାସୀ ଜିଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ଗୁରୁବାର ଜିଲାଅବକାରୀ ବିଭାଗ ପକ୍ଷରୁ ଜିଲାଅବକାରୀ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠଙ୍କ ତତ୍ତ୍ବାବଧାନରେ ଅବକାରୀଥାନା ଅଫିସର ଇନଚାର୍ଜ ଏଚ୍ ଜାଗାରାଓଙ୍କ ନେତୃତ୍ବରେ ଅବକାରୀ ଏସିଆଇ ଦିଲିପ କୁମାର ନାୟକ, ଜେମସ ସାହୁ, ରାମଚନ୍ଦ୍ର ହେନ୍ତାଳ ପ୍ରମୁଖ କର୍ମଚାରୀ ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଚଢାଉ କରିଥିଲେ।

Comments are closed.