ଚିତ୍ରକୋଣ୍ଡା ଅଞ୍ଚଳରେ ପୁଣି ଲାଗିଲା ମାଓ ପୋଷ୍ଟର

ମାଲକାନଗିରି : ବହୁ ଦିନ ବ୍ୟବଧାନ ପରେ ଚିତ୍ରକୋଣ୍ଡା ଅଂଚଳରେ ଲାଗିଲା ମାଓ ପୋଷ୍ଟର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଂଚଳର ଟନେଲ କ୍ୟାମ୍ପରେ ବହୁଦିନ ପରେ ଲାଗିଲା ମାଓ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଉଲ୍ଲେଖ ରହିଛି । ଏହାସହ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ ଲାଇନ କାମକୁ ମଧ୍ୟ ବିରୋଧ କରାଯାଇଛି ।

ପୁଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି ଏବଂ ଏହାକୁ ବନ୍ଦ ନ କରାଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛି ଲାଲବାହିନୀ ।  ଗତ କିଛି ଦିନ ପୂର୍ବରୁ ପୁଲିସ ଡିଜି ସୁନୀଲ କୁମାର ବଂସଲ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମାଓ ମୁକାବିଲାର ସ୍ଥିତି ସମୀକ୍ଷା କରିଥିଲେ । ଡିଜିଙ୍କ ଗସ୍ତର ଅଳ୍ପ କିଛି ଦିନ ପରେ ମାଓ ପୋଷ୍ଟର ଲାଗିବା ଏବେ ଜିଲ୍ଲା ପୁଲିସ ପାଇଁ ଚିନ୍ତାର ବିଷୟ ପଲଟିଛି ।

Comments are closed.