ମଲାଇକା ଅରୋରାଙ୍କ ଫିଟ୍‌ନେସ୍ ମନ୍ତ୍ର

0

ମୁମ୍ବଇ : ୪୫ ବର୍ଷୀୟା ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ତ୍ବଚାରେ ଏଯାଏ ବୟସର ଛାପ ପଡ଼ିନାହିଁ। ନିଜ ସ୍ବାସ୍ଥ୍ୟ ତଥା ସୌନ୍ଦର୍ଯ୍ୟକୁ ନେଇ ସଚେତନ ଏଇ ଅଭିନେତ୍ରୀ ନିଜକୁ ଫିଟ୍ ରଖିବା ପାଇଁ ଖୁବ୍ କସରତ କରନ୍ତି। ତାଙ୍କ ଦୈନନ୍ଦିନ ଚର୍ଯ୍ୟା ଏହିଭଳି ଆରମ୍ଭ ହୋଇଥାଏ।

• ସକାଳ ଜଳଖିଆ ଖାଇବା ପୂର୍ବରୁ ସେ ଫଳରସ କିମ୍ବା ପରିବା ରସ ପିଇବାକୁ ପ୍ରାଧାନ୍ୟ ଦେଇଥାନ୍ତି। ମଲାଇକାଙ୍କ ମତରେ ଏହା ତାଙ୍କ ଶରୀରକୁ ଖୁବ୍ ଶକ୍ତି ଯୋଗାଇଥାଏ।
• ଯୋଗ, ପ୍ରାଣାୟମ କରିବା ପରେ ସେ ଏଭାକାଡୋ ଫଳ ସହ ବ୍ରେଡ୍ ଟୋଷ୍ଟ ଖାଇଥାନ୍ତି। ଦ୍ବିପହର ଓ ରାତ୍ରିଭୋଜନରେ ସେ ସିଝା ପରିବା ସହ ୨ଟି ରୁଟି ଖାଆନ୍ତି। ଓଜନକୁ ନିୟନ୍ତ୍ରଣ କରିବା ପାଇଁ ସେ ଏ ପ୍ରକାର ଖାଦ୍ୟ ଖାଉଥିବାର କହିଛନ୍ତି। ମାସକୁ ଥରୁଟିଏ ରେସ୍ତୋରାଁରେ ନିଜ ମନପସନ୍ଦର ଖାଦ୍ୟ ନିଶ୍ଚୟ ଖାଇଥାନ୍ତି ମଲାଇକା।
• ମିଠା ଓ ଚିନି ଆଦୌ ଖାଉନଥିବା ମଲାଇକା ମହୁ, ଗୁଡ଼ ନିଜ ବ୍ୟଞ୍ଜନରେ ସାମିଲ କରିବାକୁ ଗୁରୁତ୍ବ ଦିଅନ୍ତି। ଏହା ସହ ପ୍ରତି ୩ଦିନରେ ଘିଅ ପସ୍ତୁତ ପରଟା ସେ ଖାଆନ୍ତି। ଏହା ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ ବୋଲି ମଲାଇକାଙ୍କ ମତ।
• ସୌନ୍ଦର୍ଯ୍ୟ ପାଇଁ ସବୁଠୁ ଜରୁରୀ ହେଲା ୮ଘଣ୍ଟା ଗଭୀର ନିଦ ଓ ମାନସିକ ଚାପରୁ ମୁକ୍ତି। ସେ କୌଣସି ଦାମୀ ପ୍ରସାଧନ ସାମଗ୍ରୀ ଲଗାଇବାକୁ ପସନ୍ଦ କରୁନଥିବାବେଳେ ବାହାରକୁ ଗଲାବେଳେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ମାନସିକ ଚାପରେ ରହୁଥିବା ଯୁବତୀ ଓ ମହିଳାଙ୍କ କେଶ ଖୁବ୍ ଝଡ଼ିବା ସହ ତ୍ବଚାରେ ଭାଙ୍ଗ ପଡ଼ିଥାଏ। ଏଣୁ ଏସବୁ ଠାରୁ ଦୂରେଇ ରହିବାକୁ ମଲାଇକା ପରାମର୍ଶ ଦେଇଛନ୍ତି।

Leave A Reply