ମିଠା ମଲେଇ ଲସି

ଆବଶ୍ୟକ ସାମଗ୍ରୀ
ଦହି – ୨କପ
ଚିନି- ୩ ଚାମଚ
ଗୁଜୁରାତି ଗୁଣ୍ଡ – ୧ଚାମଚ
ପିସ୍ତାବାଦାମ – ଅଳ୍ପ
ମଲେଇ (କ୍ରିମ )- ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଦହିକୁ ଏକ ସୂତା କପଡାରେ ବାନ୍ଧି ୧୫ ରୁ ୨୦ ମିନିଟ ରଖି ଦିଅନ୍ତୁ। ଏବେ ଏକ ପାତ୍ରରେ ଦହି , ମଲେଇ , ଚିନି ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଅଳ୍ପ ବରଫ ଖଣ୍ଡ ପକାଇ ପୁଣି ଫେଣ୍ଟନ୍ତୁ। ଏବେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ମଲେଇ ଓ ପିସ୍ତାବାଦାମ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମିଠା ମଲେଇ ଲସି।

 

Comments are closed.