ମଲେଇ ଲଡ଼ୁ

ଆବଶ୍ୟକ ସାମଗ୍ରୀ
କ୍ଷୀର : ୨ ଲିଟର
ପେଷା ଚିନି – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ଖୁଆ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେଥିରେ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ। କ୍ଷୀର ଭଲ ଭାବେ ଫୁଟିବା ପରେ ଏଥିରେ ଲେମ୍ବୁରସ ପକାଇ ଭଲ ଭାବେ ଛେନା ପ୍ରସ୍ତୁତ କରନ୍ତୁ। ଛେନାକୁ ଏକ ସୂତା କନାରେ ଚୁପୁଡ଼ି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟସରେ କଡ଼େଇ ବସାଇ ସେଥିରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଅଳ୍ପ କ୍ଷୀର ପକାଇ ଏହାକୁ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଗୋଳାଇବା ପରେ ଛେନା, ଚିନି, ଖୁଆ, ଗୁଜୁରାତି ଗୁଣ୍ଡକୁ ପକାଇ ଗୋଳାନ୍ତୁ। ଏହାକୁ ଏକ ପାତ୍ରକୁ କାଢି ୧୫ ରୁ୨୦ ମିନିଟ ରଖି ଦିଅନ୍ତୁ। ଏବେ ଏହାକୁ ଗୋଲ ଗୋଲ ଲଡ଼ୁ ଆକାରର କରି ଏକ ପାତ୍ରରେ ରଖନ୍ତୁ। ଏହି ସ୍ୱାଦିଷ୍ଟ ମିଠା ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.