ମାଳବିହାରପୁରରେ ରକ୍ତଦାନ ଶିବିର, ୫୨ୟୁନିଟ୍ ରକ୍ତ ସଂଗ୍ରହ

ବାଙ୍କୀ : ପବିତ୍ର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଦଳୀବାଡି ପଞ୍ଚାୟତ ଅଧିନ ମାଳବିହାରପୁର ଗ୍ରାମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସନସାଇନ ୟୁଥ୍ କ୍ଲବ ଆୟୋଜନରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ କ୍ୟାପ୍‌ଟେନ ହେମନ୍ତ କୁମାର ପରିଡା ଓ ଶିକ୍ଷାବିତ୍ ଗୋଲଖ ବିହାରୀ ସାହୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାଜ୍ୟ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ନିର୍ଦ୍ଦେଶକ ଗତିକୃଷ୍ଣ ସ୍ୱାଇଁ,ସରପଞ୍ଚ ପ୍ରକାଶ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ। କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଶେସାଂଶୁ ଶତପଥି,ରଞ୍ଜନ କୁମାର ଦାସ,ବିଜୟ କୁମାର ସାହୁ,ପଦ୍ମଶ୍ରୀ ପଦ୍ମାଲଭାନ ମୁଦୁଲି ରକ୍ତଦାତାଙ୍କ ଠାରୁ ୫୨ୟୁନିଟ୍ ରକ୍ତ ସଂଗ୍ରହ କରିଛନ୍ତି। ସଞ୍ଜୋଜକ ଦିବ୍ୟ ଲୋଚନ ସ୍ୱାଇଁଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସନସାଇନ ୟୁଥ୍ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ। ଗ୍ରାମାଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାରୁ ଅଞ୍ଚଳରେ ରକ୍ତଦାନର ବୈଦାନ୍ୟତା ପ୍ରତି ଜନସାଧାରଣଙ୍କର ସମ୍ମାନ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସକାଳେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ସ୍ଥାନୀୟ ସରପଞ୍ଚଙ୍କ ପ୍ରଦତ୍ତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭା,ଅଂଶୁପା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ ଏବଂ ବିବିଧ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସନସାଇନ ୟୁଥ୍ କ୍ଲବର ସଭାପତି ପପୁନି ଭଞ୍ଜ,ସମ୍ପାଦକ ଗଗନ ବେହେରା,ଅଂଶୁପା ଆଞ୍ଚଳିକ ବିକାଶ ମଞ୍ଚର ସଭାପତି ଅରୂପ ବେହେରା ଓ ସମ୍ପାଦକ ଅଜୟ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ନେତୃତ୍ୱ ନେଇଥିଲେ। ସମାଜସେବୀ ବିକ୍ରମ କେଶରୀ ସାମନ୍ତସିଂହାରଙ୍କ ପରିଚାଳନାରେ ସଞ୍ଚାଳିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡଃ. ଉପେନ୍ଦ୍ର କୁମାର ଜେନା,ମୁଖ୍ୟ ବକ୍ତା ପ୍ରଭାକର ଜେନା,ସମ୍ମାନିତ ଅତିଥି ମାନସ କୁମାର ମହାପାତ୍ର,ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର,କାଳନ୍ଦୀ ପ୍ରଧାନ,ଅଂଶୁପା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା,ଅନନ୍ତ କୁମାର ଦାସ,ତ୍ରିନାଥ ଜେନା,କୃଷ୍ଣଚନ୍ଦ୍ର ବରାଳ,ବେଣୁଧର ଦାସ,ବିଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇ ସସାଧାରଣତନ୍ତ୍ର ଦିବସ ଅବସରରେ ରକ୍ତବିନ୍ଦୁ କାର୍ଯ୍ୟକ୍ରମ ସହିତ ବହୁ ସାମାଜିକ ଓ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ହେତୁ ଉଭୟ ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି।

Comments are closed.