ସହଜ ଉପାୟରେ ବନାନ୍ତୁ ସ୍ବାଦିଷ୍ଟ ମକା ପରଟା

0

ଆବଶ୍ୟକୀୟ ସାମଗ୍ରୀ:୨ କପ୍ ଅଟା, ୧ କପ୍ ସିଝା ମକା, ୧ଟା କଟା ପିଆଜ, ୨ଟା କଞ୍ଚା ଲଙ୍କା, ଅଧା ଚାମଚ ଜୀରା, ଅଧା ଚାମଚ ଚାଟ୍ ମସଲା, ଅଧା ଚାମଚ ଗରମ ମସଲା, ୧/୪ କପ୍ ତେଲ, ଏକ ଚୁଟକି ହେଙ୍ଗୁ ଓ ସ୍ବାଦାନୁଯାୟୀ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅଟରେ ଲୁଣ,୨ ଚାମଚ ତେଲ ଓ ପାଣି ମିଶାଇ ଚକଟି ଦିଅନ୍ତୁ । ଏହାକୁ ଏକ ଓଦା କପଡାରେ ଢାଙ୍କି ରଖି ଦିଅନ୍ତିୁ । ମକା ଦାନାକୁ ଛଡାଇ ଖଣ୍ଡ ଖଣ୍ଡ କରି ପେସି ଦିଅନ୍ତୁ । ଏବେ କଡେଇରେ ତେଲ ଗରମ କରି ହେଙ୍ଗୁ ଓ ଜୀରା ପକାନ୍ତୁ । ପରେ ସେଥିରେ କଟା ପିଆଜ, ଲଙ୍କା ଓ ମକାକୁ ପକାଇ ଭାଜନ୍ତୁ । ଏବେ ସେଥିରେ ଚାଟ ମସଲା, ଗରମ ମସଲା ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।

ଚକଟା ଅଟାରୁ ଛୋଟ ଛୋଟ ବଲ ପ୍ରସ୍ତୁତ କରି ତା ମଝିରେ ମକାକୁ ପୁର ଭଳି ରଖନ୍ତୁ(ମଣ୍ଡା ପିଠା ଭଳି) । ଏବେ ଏହାକୁ ପରଟା ଭଳି ବେଲି ଦିଅନ୍ତୁ । ତାୱାରେ ତେଲ ଗରମ କରି ଦୁଇ ପଟ ସେକି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ମକା ପରଟା । ଦହି ବା ଚଟଣୀ ସହ ଗରମଗରମ ପରଟା ପରସି ଦିଅନ୍ତୁ ।

Leave A Reply