ପିଲାଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ପାସ୍ତା

ଇଟାଲୀୟ ଲୋକପ୍ରିୟ ବ୍ୟଞ୍ଜନ ପାସ୍ତା ପିଲାଙ୍କର ସବୁଠୁ ଅଧିକ ପ୍ରିୟ। ଏହା ମଧ୍ୟ ଏକ ପ୍ରକାରର ଫାଷ୍ଟଫୁଡ୍, ହେଲେ ମା’ମାନେ ବିଭିନ୍ନ ପ୍ରକାର ପନିପରିବା ପକାଇ ପ୍ରସ୍ତୁତ କରିପାରିବେ।
ଆବଶ୍ୟକ ସାମଗ୍ରୀ: ୨କପ୍ ସିଝା ପାସ୍ତା, ୧ଛୋଟ କ୍ୟାପସିକମ୍ ଚୂନାଚୂନା କଟା, ୨ଛୋଟ ଚାମଚ ରସୁଣ କଟା, ଅଧ କପ୍ ​‌େ​‌ଛାଟ ଆକାରରେ କଟା ଟମାଟୋ, ୨ବଡ଼ ଚାମଚ ତେଲ, ୧କପ୍ ଟମାଟୋ ପ୍ୟୁରି, ଅଧ ଚାମଚ ଅରିଗାନୋ, ୧ଛୋଟ ଚାମଚ ଗୋଲମରିଚ ଗୁଣ୍ଡ, ଲୁଣ ସ୍ବାଦାନୁସାରେ, କ୍ରିମ୍ ୨ ଚାମଚ
ପ୍ରସ୍ତୁତି: ଏକ ପ୍ୟାନ୍‌କୁ ଚୁଲାରେ ବସାଇ ଗରମ କରନ୍ତୁ। ତେଲ ପକାଇବାର କିଛି ସେକେଣ୍ଡ ପରେ ରସୁଣ ପକାଇବେ। ଏବେ କଟା କ୍ୟାପସିକମ୍ ପକାଇ ହାଲକାରେ ଭାଜିବେ। ଟମାଟୋ ପ୍ୟୁରି, କଟା ଟମାଟୋ, ଲୁଣ, ଅରିଗାନୋ, ଗୋଲମରିଚ ଇତ୍ୟାଦି ମିଶାନ୍ତୁ। ଶେଷରେ ସିଝା ପାସ୍ତା ମିଶାଇ ଚୁଲା ବନ୍ଦ କରିବେ। ଗରମାଗରମ ପାସ୍ତାକୁ ପିଲାଙ୍କୁ ପରଷି ଦିଅନ୍ତୁ। ସକାଳ କିମ୍ବା ସନ୍ଧ୍ୟା ଜଳଖିଆରେ ପିଲାଙ୍କୁ ପାସ୍ତା ଖାଇବାକୁ ଦେଇପାରନ୍ତି।

Comments are closed.