ଜୀବନଶୈଳୀକୁ ନେଇ ସତର୍କ ରୁହନ୍ତୁ, ସୁସ୍ଥ ରହିବା ପାଇଁ ଚାଲିବା ଅଭ୍ୟାସ କରନ୍ତୁ

ସମାଜ ପୋର୍ଟାଲ ଡେସ୍କ: ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳ ଏବେ ସବୁଠି ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ଉପରେ ଲୋକେ ଗୁରୁତ୍ୱ ଦେଉଛନ୍ତି। ପ୍ରତିଦିନ ସକାଳୁ ବା ସନ୍ଧ୍ୟାରେ ନିୟମିତ ଚାଲିଲେ ଶରୀର ସୁସ୍ଥ ରହିଥାଏ ବୋଲି ଅନେକ ବିଶ୍ୱାସ କରନ୍ତି। ବୟସ ବଢ଼ିବା ପରେ ନିଜ ଜୀବନଶୈଳୀକୁ ନେଇ ସତର୍କ ରୁହନ୍ତୁ। ସୁସ୍ଥ ରହିବା ପାଇଁ ପ୍ରତିଦିନ ଅତି କମ୍‍ରେ ୩୦ ମିନିଟ୍‍ ଚାଲନ୍ତୁ। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ଓ ନିରୋଗ ପ୍ରଦାନ କରିବାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ଯେଉଁମାନଙ୍କ ବୟସ ୪୦ରୁ ଅଧିକ ବର୍ଷ ହେଲାଣି ସେମାନେ ଏକ ରୁଟିନ୍‍ ବନ୍ଧା ନିୟମରେ ସମୟ ଅତିବାହିତ କରିବା ଉଚିତ। ପରିବାର ପ୍ରତିପୋଷଣ ପାଇଁ ନିୟୋଜିତ ହୋଇଥିବା ବ୍ୟକ୍ତି, ସରକାରୀ ଓ ଘରୋଇ କାର୍ୟ୍ୟାଳୟ କର୍ମଚାରୀ ଏବଂ ଘରେ ବିଭିନ୍ନ କାର୍ୟ୍ୟ କରୁଥିବା ଉଭୟ ମହିଳା ଓ ପୁରୁଷ ନିଜ ଜୀବନଶୈଳୀ ପରିବର୍ତ୍ତନ କରିବା ଜରୁରୀ। ସେମାନେ ନିୟମିତ ଭାବେ ଦୈନିକ ୩୦ମିନିଟ ପର୍ୟ୍ୟନ୍ତ ଚାଲିବା ସହିତ ଯୋଗ, ପ୍ରାଣାୟମ କିମ୍ବା ବ୍ୟାୟାମ କରିବା ଆବଶ୍ୟକ।

ତେବେ ପ୍ରତ୍ୟହ ପ୍ରାତଃଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ ହିଁ ଆପଣଙ୍କୁ ସୁସ୍ଥ ଓ ନୀରୋଗ ରଖିପାରିବ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନନ ହୋଇ ପ୍ରତ୍ୟେହ ଚାଲିବା ଅଭ୍ୟାସ ଜାରି ରଖିଲେ ନିଶ୍ଚୟ ସୁସ୍ଥ ରହିପାରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ଯେଉଁମାନଙ୍କ ବୟସ ୬୦ବର୍ଷରୁ ଅଧିକ ସେମାନେ ନିୟମିତ ଚାଲିବା ସାଙ୍ଗକୁ ଅନ୍ୟ କୌଣସି କସରତ ଯଦି କରିପାରୁଛନ୍ତି ତାହେଲେ ତାହା ଅଭ୍ୟାସ କରିବା ଦରକାର। ତେବେ ଏଭଳି ବୟସ୍କ ବ୍ୟକ୍ତି ନିୟମିତ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ଜାରି ରଖିଲେ ତାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ଏବଂ ସେମାନେ ସୁସ୍ଥ ରହିଥାନ୍ତି। କାଲିଫର୍ଣ୍ଣି÷ଆ ବିଶ୍ୱବିଦ୍ୟାଳୟର ଗବେଷକ ସମୂହ ୫୦୦ଶହ ଜଣ ୪୦ବର୍ଷରୁ ଅଧିକ ବୟସ୍କ ଏବଂ ୫୦୦ଜଣ ୬୦ବର୍ଷରୁ ଅଧିକ ବୟସ୍କଙ୍କୁ ନେଇ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ୪୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ଉଚ୍ଚ ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ରୋଗ ଦେଖିବାକୁ ମିଳୁଥିବାବେଳେ ୬୦ବର୍ଷରୁ ଅଧିକ ବୟସ୍କଙ୍କଠାରେ ଅଧିକାଂଶ ହୃଦ୍‍ରୋଗୀ ଥିଲେ।

ବିଶେଷଜ୍ଞଙ୍କ ମତରେ ବୟସ୍କ ପିଢ଼ି ଖାଦ୍ୟପାନୀୟ ସତର୍କତା ସହ ନିୟମିତ ଚଲାବୁଲାର ଅଭ୍ୟାସ ଜାରି ରଖିଥିଲେ। ନିଜକୁ ରୋଗୀ ବୋଲି ଭାବି ଘରେ ବସିରହିଲେ ଅଧିକ ମାନ୍ଦା ଲାଗିବା ସହ ଅନ୍ୟାନ୍ୟ ଚିନ୍ତା ମଧ୍ୟ ମନକୁ ଆସିଥାଏ। ବୟସ୍କ ଲୋକ ଅଳ୍ପଅଳ୍ପ ଶାରୀରିକ ପରିଶ୍ରମ କରିବା ସ୍ୱାସ୍ଥ୍ୟ ପାଇଁ ହିତକାରୀ। ସେହିପରି ୪୦ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା। ଦିନକୁ ଦିନ ସେମାନଙ୍କ ବୟସ ବଢ଼ିବା ସାଙ୍ଗକୁ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥିବା ପରିଲକ୍ଷିତ ହୋଇଥିଲା। ତେଣୁ ସେମାନେ ସତର୍କ ରହିବା ଜରୁରୀ। ନିୟମିତ ଚଲାବୁଲା ସାଙ୍ଗକୁ ବ୍ୟାୟାମ, ଯୋଗ, କସରତ ଆଦି ଅଭ୍ୟାସ କରିବା ଆବଶ୍ୟକ। ଅନ୍ୟଥା ହୃଦରୋଗ, ରକ୍ତଚାପ ଓ ମଧୁମେହରେ ଆକ୍ରାନ୍ତ ହେବାର ଭୟ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comments are closed.