ଶିଳ୍ପ ମହାକୁମ୍ଭ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଆଜି ଶୁଭାରମ୍ଭ

0

ଭୁବନେଶ୍ୱର : ଶିଳ୍ପ ମହାକୁମ୍ଭ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ରବିବାର ଅର୍ଥାତ୍ ଆଜି ଭୁବନେଶ୍ୱର ଜନତା ମଇଦାନରେ ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନକ୍ଲେଭର ଉଦଘାଟନ କରିବାର ଯୋଜନା ରହିଛି । ଜାପାନ, ଫ୍ରାନ୍ସ, ରଷିଆ, ଜର୍ମାନୀ, ସାଉଦି ଆରବ ଓ ୟୁନାଇଟେଡ଼ ଆରବ ଏମିରେଟ୍ସ ଏଭଳି ୬ଟି ରାଷ୍ଟ୍ର ଭାରତ ଓ ବିଦେଶର ୧୫୦ ପ୍ରମୁଖ ଶିଳ୍ପପତିଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ମେକ ଇନ ଓଡ଼ିଶା ପାଇଁ ଜାପାନ ହେଉଛି ଏଥର ସହଯୋଗୀ ରାଷ୍ଟ୍ର। ଶିଳ୍ପ ସହିତ ୧୫ଟି ବିଭାଗର କାର୍ୟ୍ୟକ୍ରମ ଏଥିରେ ସ୍ଥାନ ପାଇବ। ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଏହି କନକ୍ଲେଭର ଅନୁଷ୍ଠିତ ହେବ । ଏହି ଅବସରରେ ପୁରୀ-କୋଣାର୍କ ବେଳାଭୂମିରେ ଗଣଦୌଡ଼ର ଆୟୋଜନ ହୋଇଛି । ଏଥିରେ ସ୍କୁଲ ଓ କଲେଜର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

Leave A Reply