ମେକ୍‍ ଇନ ଇଣ୍ଡିଆ ଯୋଜନାରେ ତିଆରି ହେବ ଯୁଦ୍ଧାସ୍ତ୍ର

0

ନୂଆଦିଲ୍ଲୀ : ମେକ୍‍ ଇନ ଇଣ୍ଡିଆ ଯୋଜନାରେ ସୈନ୍ୟ ବାହିନୀ ପାଇଁ ଯୁଦ୍ଧାସ୍ତ୍ର ତିଆରି ଲାଗି ବିଭିନ୍ନ ଘରୋଇ କମ୍ପାନୀକୁ ଅନୁମତି ଦେବା ଲାଗି ନିଷ୍ପତ୍ତି ହୋଇଛି। ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କିତ ନିୟମାବଳୀକୁ ଅନୁମୋଦନ କରିଛି। ଭାରତର ବିଭିନ୍ନ ଘରୋଇ କମ୍ପାନୀ ବିଦେଶୀ କମ୍ପାନୀ ସହିତ ମିଶ ଅସ୍ତ୍ରଶସ୍ତ୍ର ତିଆରି କରିବେ। ନୌସେନା ପାଇଁ ୨୧,୦୦୦ କୋଟି ଟଙ୍କାର ୧୧୧ଟି ଦୁଇ ଇଞ୍ଜିନ ବିଶିଷ୍ଟ ହେଲିକପ୍ଟର ନିର୍ମାଣରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଆକ୍ୟୁଜିସନ୍‍ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply