ଝିଅ ସହ ଗୁଡି ଉଡାଇଲେ ଅକ୍ଷୟ; ଭିଡିଓ ହେଲା ଭାଇରାଲ

0

ଅଭିନେତା ଅକ୍ଷୟ କୁମାର ନିଜ ଝିଅ ନିତାରା ସହ ମକର ସଂକ୍ରାନ୍ତି ଉତ୍ସବ ପାଳନ କରିଛନ୍ତି । ଏହାର ଏକ ଭିଡିଓ ଅକ୍ଷୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଅକ୍ଷୟ କୁମାର ଝିଅ ନିତାରାଙ୍କ ସହ ଗୁଡି ଉଡାଉଥିବା ଦେଖିବାକୁ ମିଳିଛି । ଅକ୍ଷୟ କୁମାର ଗୁଡିର ସୂତାର ଧରିଥିବା ବେଳେ ନଟେଇ ରହିଛି ଝିଅ ନିତାରାଙ୍କ ହାତରେ । ଅକ୍ଷୟ କୁମାର ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଭେଟନ୍ତୁ ଡାଡିଙ୍କ ଛୋଟ ହେଲ୍ପର ସହ । ଏହା ସହ ମକର ସଂକ୍ରାନ୍ତିର ଶୁଭକାମନା ମଧ୍ୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ଖିଲାଡି ଅକ୍ଷୟ କୁମାର ଓ ଟ୍ବୁଙ୍କିଲ ଖାନା ନିଜ ପିଲାମାନଙ୍କୁ ସର୍ବଦା ମିଡିଆଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି । ଭିଡିଓ​‌ରେ ନିତାରାଙ୍କ ପଛ ପଟ ଦୃଶ୍ୟ ଦେଖିବାକୁ ମିଳିଛି । ଏଥିରେ ଅକ୍ଷୟ ଏକ ବ୍ଲାକ୍ କଲର ଆଉଟ୍ ଫିଟ୍ ରେ ନଜର ଆସିଛନ୍ତି ।

ମକର ସଂକ୍ରାନ୍ତିରେ ଝିଅ ସହ ଗୁଡି ଉଡାଇଲେ ଅଭିନେତା ଅକ୍ଷୟ କୁମାର, ଭିଡିଓ ହେଲା ଭାଇରାଲ

Leave A Reply