ପବିତ୍ର ମକର ସଂକ୍ରାନ୍ତି ପାଇଁ ବରୁଣେଶ୍ୱରଙ୍କ ପୀଠରେ ପ୍ରସ୍ତୁତି ଶେଷ

ଯାଜପୁର: ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି। ଏଥିପାଇଁ ଯାଜପୁର ଜିଲା ବିଂଝାରପୁରର ବାବା ବରୁଣେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ ବାବା ବରୁଣେଶ୍ୱରଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ମକର ସଂକ୍ରାନ୍ତି ପାଇଁ ଆଗାମୀ ୭ ଦିନ ଧରି ଏଠାରେ ମେଳାର ଆୟୋଜନ କରାଯାଇଥାଏ। ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହୋତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ ମିନା ବଜାର ଓ ଦୋଳୀର ମଜା ଉଠାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଷ୍ଟଲ ପଡିବା ସହିତ ରାଜ୍ୟର ପ୍ରତିଷ୍ଠିତ ଅପେରାମାନଙ୍କ ପକ୍ଷରୁ ଯାତ୍ରା ପରିବେଶିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସରିଥିବା ବେଳେ ଶାନ୍ତିଶୃଙ୍ଖଳାରେ ମେଳାକୁ ସାରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି।

 

Comments are closed.