ମକର ସଂକ୍ରାନ୍ତି : ଶ୍ରୀମନ୍ଦିରରେ ମକର ବେଶରେ ବିଭୂଷିତ ହେବେ ଶ୍ରୀଜିଉ , ଘରେ ଘରେ ମକର ଚାଉଳ ଭୋଗ

ପୁରୀ/ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ମକର ଚୌରାସୀ ବେଶରେ ଶ୍ରୀଜିଉ ବିଭୂଷିତ ହେବେ। ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ଭୋଗ ଲାଗି କରାଯାଏ। ଉତ୍ତର ଓ ଦକ୍ଷିଣ ଭାରତରେ ମଧ୍ୟ ବେଶ ଧୂମଧାମରେ ମକର ସଂକ୍ରାନ୍ତି ପାଳନ କରାଯାଉଛି। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାଆନ୍ତି। ସଂକ୍ରାନ୍ତିରେ ପ୍ରଭୁସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି।
ଏହି ଦିନର ସ୍ୱତନ୍ତ୍ର ଭୋଗ……
ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ମୁଖ୍ୟତଃ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ଆଜି ଏହି ପବିତ୍ର ଦିନରେ ଅରୁଆ ଚାଉଳ, ନୂଆଗୁଡ଼,ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଆଦି ମିଶ୍ରଣ କରାଯାଇ ମକର ଚାଉଳ ପ୍ରସ୍ତୁତ କରାଯାଏ। ଏହାକୁ ମନ୍ଦିରରେ ଓ ଗୃହରେ ସମସ୍ତ ଦେବାଦେବୀଙ୍କ ନିକଟରେ ଭୋଗ ଭାବେ ଅର୍ପଣ କରାଯାଏ। ଆଜି ସମସ୍ତ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିବା ସହ ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯାଏ।

Comments are closed.