ବିଏମ୍‌ସି ପକ୍ଷରୁ ମଇଁସିଖାଲ ବସ୍ତି ଉଚ୍ଛେଦ

ଭୁବନେଶ୍ବର:ରାଜଧାନୀରେ ଦିନକୁ ଦିନ ବେଆଇନ ବସ୍ତି ସଂଖ୍ୟା ମୁଣ୍ଡ ଟେକିବାରେ ଲାଗିଛି। ବିଭିନ୍ନ କାମଧନ୍ଦା ଅନ୍ବେଷଣାରେ ଆସି ଲୋକେ ବସ୍ତିରେ ରହୁଛନ୍ତି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବେଆଇନ୍ ଭାବେ ଗଢ଼ି ତୋଳିଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଛି। ପୁଣି ଥରେ ସେସବୁ ଅଞ୍ଚଳରେ ବସ୍ତି ଗଢ଼ି ଉଠୁଛି। ବିଏମ୍‌ସି ୱାର୍ଡ ନଂ ୫୬ରେ ଥିବା ବିଜେବି ନଗର ଅନ୍ତର୍ଗତ ଗଢ଼ିଆ ଖାଲ ଓ ମଇଁସିଖାଲ ବସ୍ତିରେ ବହୁ ପରିବାର ଦୀର୍ଘ ଦିନ ହେଲା ବସବାସ କରି ଆସୁଛନ୍ତି। ବିଜେବି ନଗର କ୍ବାଟର୍ସ ନିକଟରେ ମଇଁସିଖାଲ ବସ୍ତି ରହିଛି। ଏହି ମଇଁସିଖାଲ ବସ୍ତିରେ ବେଆଇନ ଭାବେ ଘର କରି ରହୁଥିବା କେତେକ ପରବାରକୁ ବିଏମ୍‌ସି ପକ୍ଷରୁ ଆଜି ଉଚ୍ଛେଦ କରାଯାଇଛି। ଜେସିବି ସହାୟତାରେ ବିଏମ୍‌ସି କର୍ତ୍ତୃପକ୍ଷ ମଇଁସିଖାଲ ବସ୍ତିବାସିନ୍ଦାଙ୍କ ଘର ଭାଙ୍ଗିରୁଜି ଦେଇଛନ୍ତି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଏମ୍‌ସି କର୍ତ୍ତୃପକ୍ଷ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡ଼ିଛି।

Comments are closed.