ଓଡ଼ିଆ ଚଳଚ୍ଚିତ୍ର ‘ଅନୁ ଦିଦି ନଟ ଆଉଟ’ର ମହୁରତ ଅନୁଷ୍ଠିତ

ଖୁଣ୍ଟା: ନୂଆ ଓଡ଼ିଆ ସିନେମା ’ଅନୁ ଦିଦି ନଟ ଆଉଟ’ର ମହୁରତ ଅନୁଷ୍ଠିତ ହୋଇଯାଇଛି। ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ତଡିକି ଗ୍ରାମରେ ମହୁରତ ଅବସରରେ ତାଡକେଶ୍ୱର ମହାଦେବଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇଥିଲା। ତରଙ୍ଗ ସିନେ ପ୍ରଡକ୍ଟ ନିବେଦିତ ଓ କୁହୁ ସିନେ ଫ୍ଲିକ୍ସ ପ୍ରଯୋଜିତ ଅନୁ ଦିଦି ନଟ ଆଉଟ ଚଳଚ୍ଚିତ୍ର ସାଟେଲାଇଟ ଚ୍ୟାନେଲରେ ପ୍ରଦର୍ଶିତ ହେବ। ପ୍ରଯୋଜକ ଶୁଭେନ୍ଦୁ ସାହୁଙ୍କର ଏହା ଚତୁର୍ଥ ଚଳଚ୍ଚିତ୍ର। କାହାଣୀ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶକ ହେଉଛନ୍ତି ତାପସ ସରଘରିଆ।

‘ଲଭ ଷ୍ଟୋରୀ ୨’ ପରେ ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅନୁ ଚୋୖଧୁରୀଙ୍କୁ ରିପିଟ କରାଯାଇଛି। ମହିଳା କେନ୍ଦ୍ରିକ ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବା ସହିତ ସମାଜରେ ଏକ ବଳିଷ୍ଠ ଛାପ ଛାଡିବ ବୋଲି ତାପସ କହିଛନ୍ତି। ଏଥିରେ ମ୍ୟୁଜିକରେ ଅନୀଲ କୁମାର ଥିବାବେଳେ କ୍ୟାମେରାରେ ରବୀନ୍ଦ୍ର, ସଂଳାପରେ ଅନ୍ତର୍ଯ୍ୟାମୀ ସରଘରିଆ, ସମ୍ପାଦନାରେ ରାଜେଶ ଦାଶ ଓ କଳାରେ ନିର୍ଦ୍ଦେଶନା ଦେଇଛନ୍ତି ସୁରେନ୍ଦ୍ର ସେଠୀ। ଅନ୍ୟ ଅଭିନେତାମାନଙ୍କ ମଧ୍ୟରେ ଅଛନ୍ତି ଅମନ, ତନୁଶ୍ରୀ, ସମାଜ ପତି, ରତିକାନ୍ତ ବେହେରା, ଅର୍ଚ୍ଚନା ଦଶ ଓ ସନ୍ତୋଷ ବେହେରା।

Comments are closed.