‘ମହାତ୍ମାଗାନ୍ଧୀ ଛେଳିକୁ ମା’ ମାନୁଥିଲେ, ହିନ୍ଦୁ ଛେଳିମାଂସ ଆହାର ବନ୍ଦ କରନ୍ତୁ’

0

ନୂଆଦିଲ୍ଲୀ : ‘ମହାତ୍ମାଗାନ୍ଧୀ ଛେଳିକୁ ମା’ ଭଳି ବିବେଚନା କରୁଥିଲେ; ଏଣୁ ହିନ୍ଦୁମାନେ ଛେଳିମାଂସ ଖାଇବା ବନ୍ଦ କରନ୍ତୁ।’ ଗୋସୁରକ୍ଷା ନାମରେ ଦେଶରେ ବୃଦ୍ଧି ପାଉଥିବା ଗୋଷ୍ଠୀବଦ୍ଧ ଆକ୍ରମଣପୂର୍ବକ ପିଟିପିଟି ହତ୍ୟା କରିବା ଭଳି ଘଟଣା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସୂତ୍ରଧର ସୁବାଷ ବୋସ୍‍ଙ୍କ ସମ୍ପର୍କୀୟ ସି. କେ. ବୋସ୍‍ ଟ୍ୱିଟର୍‍ ମାଧ୍ୟମରେ ଏଭଳି ଆହ୍ୱାନ ଦେଇଛନ୍ତି। ଏକ ମାଇକ୍ରୋବ୍ଲଗ୍‍ ସାଇଟ୍‍ରେ ସେ ଲେଖିଛନ୍ତି, ତାଙ୍କ ଜେଜେବାପା ଶରତ ଚନ୍ଦ୍ର ବୋସ୍‍ଙ୍କ କୋଲକତସ୍ଥିତ ବାସଭବନରେ ଏକଦା ଗାନ୍ଧିଜୀ ଅବସ୍ଥାନ କରୁଥିଲେ। ତତ୍‍ସମରେ ସେ ସର୍ବଦା ଛେଳିକ୍ଷୀର ପାନ କରିବାକୁ ମାଗୁଥିଲେ। ଏଥିନେଇ ଦୁଇଟି ଛୋଳି ଉକ୍ତ ବାସଭବନକୁ ଅଣାଯାଇଥିଲା। ହିନ୍ଦୁଙ୍କ ସୁରକ୍ଷାଦାତା ଗାନ୍ଧିଜୀ ଛେଳିକ୍ଷୀର ପାନ କରୁଥିବାରୁ ତାହାକୁ ମାତୃତୂଲ୍ୟ ମଣୁଥିଲେ। ଏଣୁ ହିନ୍ଦୁମାନେ ଛେଳିମାଂସ ଖାଇବା ବନ୍ଦ କରିବା ଉଚିତ ବୋଲି ବୋସ୍‍ ଗୁରୁବାର ନିଜ ଟ୍ୱିଟ୍‍ଣ୍‍ ଆକାଉଣ୍ଟରେ ଉଲ୍ଲେଖ କରିଥିଲେ। କିନ୍ତୁ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚିତ ହେବା ପରେ ସେ ଶନିବାର ସ୍ପଷ୍ଟୀକରଣ ଦେଇଛନ୍ତି। ଦେଶବ୍ୟାପୀ ଯେଭଳି ସମୂହ ଆକ୍ରମଣ ପୂର୍ବକ ସନ୍ଦିଗ୍ଧ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଉଛି ତାହାକୁ ନେଇ ସମଗ୍ର ଦେଶବାସୀ ସ୍ତବ୍ଧ ପାଲଟିଛନ୍ତି। ଏଣୁ ଗୋଷ୍ଠୀବଦ୍ଧ ଆକ୍ରମଣକୁ ସମାଲୋଚନା କରିବାକୁ ସେ ଏଭଳି ମନ୍ତବ୍ୟ ଉଲ୍ଲେଖ କରିଥିବା ବୋସ୍‍ କହିଛନ୍ତି। ଉଲ୍ଲେଖ ଯେ ଉକ୍ତ ଟ୍ୱିଟ୍‍କୁ ତ୍ରିପୁରା ରାଜ୍ୟପାଳ ତଥାଗତ ରୟ ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଗାନ୍ଧିଜୀ ଆଦୌ ନିଜକୁ ହିନ୍ଦୁଙ୍କ ସମର୍ଥକ ଅଥବା ଛେଳିକୁ ମା’ ବୋଲି କହି ନ ଥିଲେ। ହିନ୍ଦୁମାନେ ଗାଈକୁ ମା’ ଭଳି ପୂଜାର୍ଚ୍ଚନା କରନ୍ତି, ଛେଳିକୁ ନୁହେଁ। ଏଣୁ ଏହାକୁ ନେଇ ବିଭ୍ରାନ୍ତ ନ କରିବାକୁ ସେ ବୋସ୍‍ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।

Leave A Reply