କାଶୀ ବିଶ୍ଵନାଥଙ୍କ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ବାରାଣସୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଶନିବାରଠାରୁ ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ରବିବାର ଉତ୍ତରପ୍ରଦେଶର କାଶୀ ବିଶ୍ଵନାଥ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି। ରାଜପକ୍ଷଙ୍କ ଗସ୍ତ ପାଇଁ ବିମାନବନ୍ଦରରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରି ଦିଆଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ରାଜପକ୍ଷଙ୍କୁ ଅଙ୍ଗବସ୍ତ୍ରମ୍‌ ପ୍ରସାଦ ରୁଦ୍ରାକ୍ଷ ମାଳା ଏବଂ ବାବାଙ୍କ ଫଟୋ ଉପହାରସ୍ବରୂପ ପ୍ରଦାନ କରାଯାଇଥିଲା। ଏହା ସହିତ ବାବାଙ୍କ ଭସ୍ମ ବି ଦିଆଯାଇଥିଲା। ରବିବାର ମାଘ ପୂର୍ଣ୍ଣିମାରେ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଠାକୁରଙ୍କ ଦର୍ଶନ ସାରି ତାଜ୍‌ ହୋଟେଲ ଅଭିମୁଖେ ଯାଇଛନ୍ତି। ସେଠାରେ ସେ ମଧ୍ୟାହ୍ନଭୋଜନ କରିବେ। ଏହା ପରେ ସେ ବୁଦ୍ଧଙ୍କ ପ୍ରଥମ ଧର୍ମ ଉପଦେଶ ସ୍ଥଳ ସାରନାଥକୁ ଦର୍ଶନ ପାଇଁ ଯିବେ ବୋଲି ମହୋବୋଧି ସୋସାଇଟି ଅଫ୍‌ ଇଣ୍ଡିଆର ଯୁଗ୍ମ ସଚିବ ମେଧାଙ୍କର ଥେରୋ ସୂଚନା ଦେଇଛନ୍ତି।

Comments are closed.