ମହେଶ ବାବୁଙ୍କ ହଁ କୁ ଅପେକ୍ଷା

ଆକ୍ସନ୍, ରୋମାଣ୍ଟିକ୍ କାହାଣୀର ଭିଡ଼ ପରେ ଏବେ ବଲିଉଡରେ ଆମ ମହାଭାରତ, ରାମାୟଣର କିମ୍ବଦନ୍ତୀକୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରଯୋଜକ, ନିର୍ଦେଶକ ଅଣ୍ଟା ଭିଡ଼ିଲେଣି। ମଧୁ ମନ୍‌ତେନାଙ୍କ ‘ଥ୍ରୀଡି ରାମାୟଣ’ରେ ଅଭିନୟ କରିବାକୁ ଦୁଇଜଣ କଳାକାର ଚୁକ୍ତିବଦ୍ଧ ହୋଇଗଲେଣି। ସୀତା ଚରିତ୍ରରେ ଦୀପିକା ଓ ରାବଣ ଭୂମିକାରେ ହ୍ରିତିକ୍ ରୋଶନ୍ ଦେଖାଦେବେ, ହେଲେ ମୁଖ୍ୟ ଚରିତ୍ର ରାମଙ୍କ ଭୂମିକା ପାଇଁ ପୂରା ୟୁନିଟ୍ ଏବେ ଦକ୍ଷିଣ ସିନେଜଗତର ସୁପର୍‌ଷ୍ଟାର୍ ମହେଶବାବୁଙ୍କ ହଁ କୁ ଅପେକ୍ଷା କରିଛନ୍ତି। ଦକ୍ଷିଣ ଜଗତର ସେ ହେଲେ ହିଟ୍‌ ହିରୋ, ବର୍ଷକ ୧୨ମାସ ସେ ସୁଟିଂରୁ ଫୁରସତ୍ ପାଇନଥାନ୍ତି। ଯଦିଓ ମହେଶ ବାବୁ ‘ଥ୍ରୀଡି ରାମାୟଣ’ରେ କାମ କରିବାକୁ ଆଗ୍ରହୀ, ହେଲେ ତାଙ୍କ ପାଖେ ଏବେ ସମୟ ନାହିଁ। ତାଙ୍କ ଟିମ୍ ଯେତେନ ପ୍ରକାରେ ଅନ୍ୟ ଚୁକ୍ତି ହୋଇଥିବା ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦେଶକ ସହ କଥାବାର୍ତ୍ତା ଚଳାଇଛନ୍ତି, ହେଲେ ଏଯାଏଁ କିଛି ସ୍ଥିର ହୋଇପାରୁନାହିଁ।

Comments are closed.