ଆସୁଛି ମହେନ୍ଦ୍ରାର ନୂତନ ମଡେଲ କାର : ଆକର୍ଷଣୀୟ ରୂପ ସହ ରହିଛି ଭଲ ସୁବିଧା

0

ନୂଆଦିଲ୍ଲୀ : ମହେନ୍ଦ୍ରା ଅଟୋମୋବାଇଲ ନିଜର ଆଗାମୀ ମଲ୍ଟି ପରପୋଜ ଭେଇକିଲ (ଏମପିଭି)ର ନିର୍ମାଣ ଚାଳାଇଛି। ମହେନ୍ଦ୍ରାର ଏହି ନୂତନ ମଡେଲ କାର ଚଳିତ ବର୍ଷ ଶେଷ ଆଡକୁ ଭାରତୀୟ ବଜାରରେ ପ୍ରବେଶ କରାଯିବ। ମହେନ୍ଦ୍ରା କମ୍ପାନୀ ପ୍ରବନ୍ଧ ନିର୍ଦେଶକ ପବନ ଗୋଏଙ୍କା କାରର କୋଡ ନାମ ୟୁ୩୨୧ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ କମ୍ପାନୀ ଏହି ନୂତନ ମଡେଲ କାରର ନାମ ଚୟନ କରୁଛି। ଏହାବ୍ୟତୀତ ବିଭିନ୍ନ ସମୟରେ ମହେନ୍ଦ୍ରାର ନୂତନ ମଡେଲ କାରର ପରୀକ୍ଷା ନିରୀକ୍ଷା ସଡକରେ ଦେଖିବାକୁ ମିଳିଛି।
ମହେନ୍ଦ୍ରାର ଏହି ନୂତନ ମଡେଲ କାରର ସମସ୍ତ ଭାଗ କ୍ରୋମରେ କରାଯାଇଛି, ଚରୋଟି ହେଡଲ୍ୟାମ୍ପ ଏବଂ ପ୍ରୋଜେକ୍ଟସ୍‍ ଲାଇଟ ସୁବିଧା ରହିଛି। ଏହାବ୍ୟତୀତ ବଡ ଟେଲଗେଟ, ଏଲଇଡି ଟେଲଲ୍ୟାମ୍ପ, ଏଲଇଡି ବ୍ରେକ୍‍ ଆଦି ନୂତନ ଉପକରଣର ବ୍ୟବହାର କରାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ମହେନ୍ଦ୍ରା କାର ସିଧାସଳଖ ଟୟୋଟାର ଇନୋଭା କ୍ରିଷ୍ଟା ସହିତ ପ୍ରତିଯୋଗିତା କରିବ ବୋଲି ଅନୁମାନ କରାଯାଉଛି।

Leave A Reply