ଶିକାରୀ ଆକ୍ରମଣରେ ମରିଛି ମହାବୀର; ଏନଟିସିଏ

0

ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ମହାବୀରର ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି । ଶିକାରୀର ଆକ୍ରମଣରେ ମହାବୀରର ମୃତ୍ୟୁ ହୋଇଥିବା ଏନଟିସିଏ ସ୍ପଷ୍ଟ କରିଛି । ଏନେଇ ଏନଟିସିଏ ଶନିବାର ପିସିସିଏଫକୁ ଚିଠି ଲେଖିଛି । ମହାବୀରର ମୃତ୍ୟୁକୁ ନେଇ ତଦନ୍ତକାରୀ ଅଧିକାରୀ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଏହି ଚିଠିରେ ସୁପାରିସ କରାଯାଇଛି ।

ସୂଚନାଯୋଗ୍ୟ, ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶ କାହ୍ନାରୁ ମହାବଳ ବାଘ ମହାବୀରକୁ ସାତକୋଶିଆର ଅଭୟ୍ୟାରଣ୍ୟକୁ ଅଣାଯାଇଥିଲା । ହେଲେ ଗତ ୧୫ ତାରିଖରେ ସାତକୋଶିଆରେ ମହାବଳ ବାଘ ମହାବୀରର ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ରିପୋର୍ଟରେ ବାଘର ମୁଣ୍ଡରେ ଏକ କ୍ଷତ ସୃଷ୍ଟି ହୋଇଥିବା କୁହାଯାଉଥିଲା । ପରେ ଝିଙ୍କକୁ ଗଳି ଦେଇଥିବାରୁ ମହାବଳ ବାଘ ବେକରେ ଏକ କ୍ଷତ ସୃଷ୍ଟି ହୋଇ ମୃତ୍ୟୁ ଘଟିଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା । ଏନଟିସିଏ ରିପୋର୍ଟ ପରେ ଘଟଣାଟି ସମ୍ପୂର୍ଣ୍ଣ ନୂଆ ମୋଡ ନେଇଛି ।

Leave A Reply