ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ଘଟଣା: ଆମେରିକାର ୨୮ ରାଜ୍ୟରେ ଅଶାନ୍ତି, ୱାଶିଂଟନ ଡିସିରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ପଦର୍ଶନକାରୀ

ୱାଶିଂଟନ : କୃଷ୍ଣକାୟ ସମ୍ପ୍ରଦାୟର ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କର ମଝି ରାସ୍ତାରେ ପୋଲିସ ହେପାଜରେ ମୃତ୍ୟୁ ହେବା ପରେ ଆମେରିକାରେ ହେଉଥିବା  ହିଂସା ଥମିବାର ନାଁ ନେଉନାହିଁ । ଆଠ ଦିନ ହେବ ଚାଲିଥିବା ଏହି ବିକ୍ଷୋଭ ତିବ୍ର ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆମେରିକାର ୨୮ ଟି ରାଜ୍ୟରେ ପଦର୍ଶନକାରୀ ବିକ୍ଷୋଭ କରୁଛନ୍ତି । କେତେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ବିରୋଧ ହିଂସାତ୍ମକ ରୂପ ନେଇଥିଲା ଏବଂ ବଡ଼ ଧରଣର ଲୁଟପାଟ୍ ହୋଇଥିଲା । ସେହିପରି କେତେକ ସ୍ଥାନରେ ଜାତୀୟ ସମ୍ପତ୍ତି ଏବଂ ସ୍ମାରକୀ ନଷ୍ଟ କରିବା ସହ ଗାଡିରେ ନିଆଁ ଲାଗାଇଦେଇଥିଲେ ପଦର୍ଶନକାରୀ ।
କୁହାଯାଉଛି ଯେ ବିଗତ ଦଶନ୍ଧି ମଧ୍ୟରେ ଆମେରିକାରେ ଏତେ ବଡ଼ ଧରଣର ଅଶାନ୍ତି ହୋଇ ନାହିଁ। ପ୍ରଦର୍ଶନ ଏବଂ ହିଂସା ଯୋଗୁଁ ନ୍ୟୁୟର୍କ ଏବଂ ୱାଶିଂଟନ୍ ସମେତ ଅନେକ ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା, କିନ୍ତୁ ବିକ୍ଷୋଭକାରୀମାନେ ମଧ୍ୟ କର୍ଫ୍ୟୁ ଭାଙ୍ଗିଥିଲେ। ହଜାର ହଜାର ବିକ୍ଷୋଭକାରୀ ବୋଷ୍ଟନ ରାସ୍ତାରେ ଯାଇ ସ୍ଲୋଗାନ ଦେଇଥିଲେ । ଯାହା ଫଳରେ ଏଠାରେ ଶହ ଶହ ବିକ୍ଷୋଭକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।


ନ୍ୟୁୟର୍କ, ଫିଲାଡେଲଫିଆ, ଚିକାଗୋ ଏବଂ ୱାଶିଂଟନ୍ ଡିସି ସମେତ ଆମେରିକାର ଅନେକ ସହରରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ପଦର୍ଶନ ଭିତରେ ବୁଧବାର ଦିନ କେତେକ ଅଜ୍ଞାତ ବ୍ୟକ୍ତି ୱାସିଂଟନ୍ ଡିସିସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ବିଷୟରେ ଜଣାପଡିବା  ପରେ ଯୁକ୍ତରାଷ୍ଟ୍ର ଆମେରିକାର ପାର୍କ ପୁଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବ୍ ଶିଘ୍ର ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାର୍କ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.