ନମ୍ରତା ଦ୍ୱାରା ସାରା ଦୁନିଆକୁ ଜୟ କରି ହେବ – ମହାତ୍ମା ଗାନ୍ଧୀ

ଜାନୁଆରୀ ୩୦। ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ। ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବାପୁଜୀଙ୍କ ପରଲୋକ ହୋଇଥିଲା। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଏପରି ଥିଲା, ଯେ ତାଙ୍କ ଠାରୁ ଯେତେ ଶିଖିଲେ ମଧ୍ୟ କମ। ଗାନ୍ଧିଜୀ ନିଜ ଆଦର୍ଶ ଓ ଆତ୍ମବିଶ୍ୱାସ ଆଧାରରେ ଏପରି ବହୁ ମହାନକାର୍ଯ୍ୟ କରିଛନ୍ତି, ଯାହା ସର୍ବଦା ସଭିଁଙ୍କ ପାଇଁ ପ୍ରେରଣା ପାଲଟିଛି। ଜାଣନ୍ତୁ ବାପୁଜୀଙ୍କ ଅମୂଲ୍ୟ ବାଣୀ ….
– ପ୍ରସନ୍ନତା ହିଁ ଏକମାତ୍ର ସୁଗନ୍ଧିତ ଅତର ଯାହା ଅନ୍ୟମାନଙ୍କ ଉପରେ ଛିଞ୍ଚନ କରିବା ଦ୍ୱାରା ସେଥିରୁ କିଛି ବୁନ୍ଦା ନିଜ ଉପରେ ମଧ୍ୟ ପଡିଥାଏ।
ସ୍ୱାଧୀନତାର କୌଣସି ଅର୍ଥ ନାହିଁ ଯଦି ସେଥିରେ ଭୁଲ କରିବାକୁ ମଧ୍ୟ ସ୍ୱାଧୀନତା ମିଳିଥାଏ।
ନମ୍ରତା ଦ୍ୱାରା ସାରା ଦୁନିଆକୁ ଜୟ କରି ହେବ।
ଅଳ୍ପ ଅଭ୍ୟାସ ବହୁତ ଉପଦେଶ ମଧ୍ୟରେ ଉତ୍ତମ।
ବ୍ୟକ୍ତି ନିଜ ଚିନ୍ତାଧାରା କିମ୍ବା ବିଚାରରୁ ସୃଷ୍ଟି ହୋଇଥାଆନ୍ତି ; ସେ ଯାହା ଚିନ୍ତା କରେ ସେଥିରେ ହିଁ ପରିଣତ ହୋଇଥାଆନ୍ତି।

 

Comments are closed.