ମହେନ୍ଦ୍ରଗିରିରେ ମହାଶିବରାତ୍ରି ପାଳିତ

ରାୟଗଡ଼ (ଗଜପତି): ପୁରାଣ ପ୍ରସିଦ୍ଧ ତଥା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନସ୍ଥ ମହେନ୍ଦ୍ରଗିରି ଶୈବପୀଠରେ ମହାଶିବରାତ୍ରି ମହାସମାରୋହରେ ପାଳିତ ହୋଇଯାଇଛି। ପରମ୍ପରା ମୁତାବକ, ଭକ୍ତମାନେ ସେଠାରେ ଥିବା କୁନ୍ତୀ, ଯୁଧିଷ୍ଠିର, ଭୀମ ମନ୍ଦିର, ପର୍ଶୁରାମ ଓ ଅର୍ଜୁନ ଗୁମ୍ଫା ପରିଦର୍ଶନ ସହ ସେଠାରେ ରାତ୍ରି ଜାପାନ କରନ୍ତି ଓ ପରଦିନ ସୂର୍ଯ୍ୟୋଦୟ ଦେଖି ଫେରିଯାଇଥାନ୍ତି। ସେଠାକୁ ଯିବା ପାଇଁ ପ୍ରାୟ ୫ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ଚଳିତ ବର୍ଷ ସେହି ଶୈବ ପୀଠରେ ଜେନେରେଟର ସାହାଯ୍ୟରେ ଆଲୋଚକ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Comments are closed.