ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ, ଏକବାର ନୀତିରେ ମନ୍ଦିର ଚୂଡାରେ ଲାଗିଲା ନୂଆନେତ

ଆରଡି : ଭକ୍ତମାନଙ୍କର ଆରତ ଖଣ୍ଡନ କରୁଥିବାରୁ ତାଙ୍କ ନାମ ଆଖଣ୍ଡଳମଣି ଭକ୍ତି ବିଶ୍ୱାସ ନେଇ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ଭକ୍ତ ମଣିବାବାଙ୍କ ଆଶିଷ କୃପା ପାଇବା ପାଇଁ, ଏପରିକି ଜାଗର ଯାତ୍ରାଦିନ ଉଜାଗର ରହି ମଣିବାବାଙ୍କ ଉଦ୍ୟେରେ ଦୀପଟିଏ ଜାଳିଲେ ବହୁ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ଜାଗରଦିନ ମଣିବାବଙ୍କ ପୀଠ ହୋଇ ଉଠେ ଭକ୍ତମୟ। ହେଲେ ଚଳିତବର୍ଷ ମହାମାରୀ କରୋନା ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରି କରାଯିବା ସହିତ ଦର୍ଶନ ପୂଜାର୍ଚ୍ଚନା ଉପରେ ରୋକ ଲଗାଯାଇଛି। 

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ଦେବଦେବ ମହାଦେବଙ୍କ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପାଳିତ ହୋଇଥାଏ ପ୍ରସିଦ୍ଧ ଜାଗରଯାତ୍ରା। ଏହିଦିନ ଭକ୍ତ ନିଜର ମନୋସ୍କାମନା ପୂର୍ଣ୍ଣ ପାଇଁ ଦୀପଟିଏ ଜାଳି ଉଜାଗର ରହିବା ସହିତ ମଣିବାବାଙ୍କ ମହାଦୀପ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଲୋକଶୃତି ରହିଛି। ଏପରିକି ଏହିଦିନ ମଣିବାବଙ୍କ ମନ୍ଦିରରେ ବିଶେଷ ନୀତିକାନ୍ତି ସହିତ କିଲୋକିଲୋ ସ୍ୱର୍ଣ୍ଣାଳଙ୍କାରେ ସଜ୍ଜିତ ହୋଇ ସୁନାବେଶରେ ଦର୍ଶନ ଦେଇଥାନ୍ତି ମଣିବାବା। ଭକ୍ତ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ନିଜକୁ କୃତାର୍ଥ ମଣିଥାଏ। ମଣିବାବଙ୍କ ପୀଠର ଭକ୍ତି ବିଶ୍ୱାସକୁ ପାଥେୟ କରି କାହିଁ କେଉଁକାଳରୁ ମଣିବାବାଙ୍କ ଘର୍ଷଣ ପାଦୁକା ଚରାଣାଦୁକ ପାନ କଲେ ରୋଗତାପରୁ ମୁକ୍ତି ମିଳିଥାଏ ବୋଲି ଭକ୍ତମାନଙ୍କର ବିସ୍ୱାସ ରହିଛି।

କନିକାରାଜାଙ୍କ ପହିଲି ଘର୍ଷଣଭୋଗ ନିଆରାମହାଶିବରାତ୍ରୀଦିନ ମଣିବାବଙ୍କର ବଡପଣ୍ଡାଙ୍କ ଦ୍ୱାରା ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ମନ୍ଦିର ନିର୍ମାତା କିନିକାରାଜାଙ୍କର ପହିଲି ଘର୍ଷଣଭୋଗ ମଣିବାବାଙ୍କୁ ଲାଗି କରାଯାଇଥାଏ। ଏପରିକି ଲାଗି ହୋଇଥିବା ଘର୍ଷଣ ପାଦୁକ ଭକ୍ତମାନଙ୍କ ମଧ୍ୟରେ ବିତରଣ କରାଯିବା ସହିତ କନିକା ରାଜପ୍ରସାଦକୁ ଯିବାର ବିଧିବିଧାନ ରହିଛି।

ପାଳିଆ ସେବାୟତଙ୍କ ଖେଚୁଡି ଅନ୍ନଭୋଗମଣିବାବଙ୍କ ଦୈନଦିନ ନୀତିକାନ୍ତୀ ଯାହା ରହିଥାଏ ଜାଗରଯାତ୍ରା ନୀତିକାନ୍ତୀ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଥାଏ। ଏହିଦିନ ଗୋଟିଏ ଅନ୍ନ ନିତିଭୋଗ ମଣିବାବାଙ୍କୁ ଲାଗି କରାଯାଇଥାଏ। ଯାହାକି ପାଳିଆ ସେବାୟତଙ୍କ ପକ୍ଷରୁ ଭୋର ମନ୍ଦିର ପହଡ ଖୋଲିବା ପରେ ମଙ୍ଗଳ ଆଳତୀ ଘର୍ଷଣ ଭୋଗ ଲାଗି ହେବା ପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନଭୋଗ ଲାଗି କରାଯାଇଥାଏ।

ମଣିବାବଙ୍କୁ ଲାଗିହୁଏ କେତକି ଫୁଲମହାଶିବରାତ୍ରୀଦିନ ସମସ୍ତ ଶିବାଳୟରେ ମହାଦେବଙ୍କୁ କେତକି ଫୁଲ ଲାଗି ହେବାର ପରମ୍ପରା ରହିଛି। ହେଲେ ବାବା ଆଖଣ୍ଡଳମଣିଙ୍କ ପୀଠରେ କେତକି ଫୁଲ ଚଢାଇବାର ସ୍ୱତନ୍ତ୍ରତା ରହିଛି। ମଣିବାବଙ୍କର ସଂଧ୍ୟା ୬ରୁ ୪ପ୍ରହର ନୀତିକାନ୍ତି ରାତ୍ର ୧ଟାରେ ସରିବା ପରେ କିଲୋକିଲୋ ସୁନା ଅଳଙ୍କରରେ ମଣିବାବାଙ୍କୁ ସୁନାବେଶରେ ସଜ୍ଜିତ କରାଯିବା ସହିତ କେତକି ଫୁଲ ଲାଗି ହୋଇଥାଏ।

ଜାଗରରାତିରେ ଚାରୀ ପ୍ରହର ପୂଜାମଣିବାବାଙ୍କ ପୀଠରେ ଜାଗରଯାତ୍ରାର ରହିଛି ସ୍ୱତନ୍ତ୍ର ନୀତିକାନ୍ତି, ଏହି ନୀତିକାନ୍ତି ମଧ୍ୟରେ ଚାରୀପ୍ରହର ପୂଜାରେ ମଣିବାବାଙ୍କୁ ଘିଅ, ମହୁ, କ୍ଷୀର, ଦହି ଆଦିରେ ମହାସ୍ନାନ କରାଯାଇଥାଏ।

ବ୍ରାହ୍ମି ମୂହର୍ତ୍ତରେ ଉଠେ ମହାଦୀପ  ମହାଶିବରାତ୍ରୀଦିନ ମହାଦୀପର ସ୍ୱତନ୍ତ୍ରତା ରହିଛି। ଏପରିକି କେତକ ଶିବାଳୟରେ ମଧ୍ୟ ରାତ୍ରରେ ମହାଦୀପ ମନ୍ଦିର ଚୂଡାକୁ ଉଠୁଥିବା ବେଳେ ମଣିବାବଙ୍କ ମନ୍ଦିରରେ ବ୍ରାହ୍ମିମୂହର୍ତ୍ତରେ ମହାଦୀପ ମନ୍ଦିର ଚୂଡାକୁ ଉଠିଥାଏ। ଏପରିକି ଚର୍ତୁଦ୍ଦଶୀର ସମାପନ ଅମାବାସ୍ୟାର ଆଗମନରେ ଅର୍ଥାତ ଭୋର ସାଢେ ୪ଟାରୁ ୫ଟା ମଧ୍ୟରେ ମହାଦୀପ ଆଖଣ୍ଡଳମଣିଙ୍କ ମନ୍ଦିର ଚୁଡାକୁ ଉଠିବାର ବିଧିବିଧାନ ରହିଛି।

ଶ୍ରୀକ୍ଷେତ୍ର ପୁରୀରୁ ଆସେ ଘଣ୍ଟ ସେବାବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶେଷ ପର୍ବପର୍ବାଣୀ ମଧ୍ୟରୁ ମହାଶିବରାତ୍ରୀ ଅନ୍ୟତମ। ଏହିଦିନ ମଣିବାବାଙ୍କ ସେବାପୂଜାରେ ସମସ୍ତ ସେବାୟତ ସେବା ଯୋଗାଇବା ସହିତ ଶ୍ରୀକ୍ଷେତ୍ର ପୁରୀରର ଘଣ୍ଟ ସେବାକାରୀମାନେ ସମସ୍ତ ନୀତିକାନ୍ତିରେ ଘଣ୍ଟ  ଗୋଟିପୁଅ ନୃତ୍ୟ ସେବା ଯୋଗାଇଥାନ୍ତି।

ମହାଦୀପ ପ୍ରସ୍ତୁତି ପାଇଁ ସେବାକାରୀଙ୍କୁ ନିମନ୍ତ୍ରଣମହାଶିରାତ୍ରୀରେ ବାବା ଆଖଣ୍ଡଳମଣିଙ୍କ ମହାଦୀପ ସେବାକରୀଙ୍କୁ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରିବାର ପରମ୍ପରା ରହିଛି। ଏପରିକି ମହାଦୀପ ସେବାୟତଙ୍କ ପରାମର୍ଶକ୍ରମେ ପ୍ରସ୍ତୁତ ହୋଇଥାଏ ମହାଦୀପ। ଯାହା ଅନ୍ୟ କୈାଣସି ମନ୍ଦିରରେ ଏପରି ମହାଦୀପ ଦେଖିବାକୁ ମିଳିନଥାଏ। ଉକ୍ତ ମହାଦୀପରେ ୨କେଜି ଚନ୍ଦନକାଠ ସହିତ ୬ଖଣ୍ଡ ଗାମୁଛା, ୨କେଜି ଅରୁଆ ଚାଉଳ ୨୦/୨୫କେଜି ଘିଅ ଲାଗି ହୋଇଥାଏ।

Comments are closed.