ଅଟୋରିକ୍ସା ଉପରେ ଓଲଟିଲା ବାଲି ବୋଝେଇ ଡମ୍ଫର ; ଛାତ୍ରଙ୍କ ସହ ୪ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରାୟଗଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି । ଏକ ଅଟୋ-ରିକ୍ସା ଉପରେ ବାଲି ବୋଝେଇ ଡମ୍ଫର ଓଲଟି ପଡିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ଛାତ୍ର ରହିଛନ୍ତି ବୋଲି ଜଣାପଡିଛି । ଖବର ପାଇବା ମାତ୍ରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଟୋରେ ଥିବା ୩ ଜଣ ଛାତ୍ର ପରୀକ୍ଷା ଦେଇ ଫେରୁଥିଲେ । ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।
ଶିଳ୍ପୋଦ୍ୟାଗ ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିଜନଙ୍କୁ ପାଞ୍ଚ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

 

Comments are closed.