ମହାରାଷ୍ଟ୍ର ସରକାରଙ୍କ ଘୋଷଣା ; ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ : ଏବେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଲଗାତାର ୪ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପୁଛି। ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ୪୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୭୬୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଏଭଳି ସମୟରେ ମହାରାଷ୍ଟ୍ରରେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ରାଜ୍ୟର ମନ୍ତ୍ରୀ ନୱାବ ମଲିକ କହିଛନ୍ତି,ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ କରୋନା ଟିକା ମିଳିବ।
ସେହିପରି ଦିଲ୍ଲୀ,ମହାରାଷ୍ଟ୍ରରେ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀରେ ଲକଡ଼ାଉନ ବୃଦ୍ଧି ପାଇଛି।

Comments are closed.