ମହାରାଷ୍ଟ୍ର ବାଶିମରେ ଏକ ଛାତ୍ରାବାସର ୨୨୯ ଛାତ୍ର କରୋନା ପଜିଟିଭ

ମୁମ୍ବଇ : ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଏହି କାରଣରୁ ମହାରାଷ୍ଟ୍ର ସରକାର କେତେକ ଜିଲାରେ ଲକଡାଉନ ନିୟମ ଲାଗୁ କରିଛନ୍ତି। ଏହାମଧ୍ୟରେ ବାଶିମ ଜିଲାରେ ବୁଧବାର ୩୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାତ୍ର ପଜିଟିଭଙ୍କ ମଧ୍ୟରୁ ୨୨୯ ଜଣ ଛାତ୍ର ରହିଛନ୍ତି ବୋଲି ଜଣାପଡିଛି। ଯାହା ଚିନ୍ତାର ବିଷୟ ପାଲଟିଛି।
ସୂଚନା ଯୋଗ୍ୟ, ବାଶିମ ଜିଲାରେ ରିସୋଡ ତହସିଲର ଦେଗାଓଁ ସ୍ଥିତ ଏକ ସ୍କୁଲର ଛାତ୍ରାବାସରେ ୨୨୯ ଛାତ୍ର ଓ ୩ କର୍ମଚାରୀଙ୍କ ରିପୋଟ ପଜିଟିଭ ଆସିବା ପରେ ଚିନ୍ତାର ବିଷୟ ସୃଷ୍ଟି ହୋଇଥିଲା। ଏହି ଛାତ୍ରାବାସରେ ଅମରାବତୀ, ହିଙ୍ଗୋଲୀ, ନାନ୍ଦେଦ, ବଶୀମ, ବୁଲଧାନା, ଅକୋଲାର ୩୨୭ ଛାତ୍ର ଏଠାରେ ରହି ପାଠ ପଢନ୍ତି ବୋଲି ସୂଚନା ମିଳିଛି।

 

Comments
Loading...