ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କାର୍ୟ୍ୟର ସମୀକ୍ଷା କଲେ ପାଟଣା ବିଧାୟକ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଛନ୍ତି ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ। ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ୟ୍ୟ, ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ, ପିଏଆଇଟିଡିଏ ତପନ କୁମାର ନାଏକ ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବନବିଭାଗ, ବିଦ୍ୟୁତ ବିଭାଗ, ଶିକ୍ଷା ବିଭାଗ, ରାଜସ୍ବ ବିଭାଗ, ଜଳସେଚନ ବିଭାଗ, ଉଠାଜଳସେଚନ ବିଭାଗ, ଜଳ ବିଭାଜିକା ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ପ୍ରାଣୀ ସମ୍ପଦ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ସମନ୍ୱିତ ଶିଶୁ ବିକାଶ ବିଭାଗ,ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଶ୍ରମ ବିଭାଗ ଆଦି ସହ ପାଟଣା, ସାହାରପଡା, ଝୁମ୍ପୁରା, ଚମ୍ପୁଆ ଆଦି ବ୍ଲକ ଅଞ୍ଚଳରେ ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ ଯୋଜନାରେ ହେଉଥିବା କାର୍ୟ୍ୟ ସମ୍ପର୍କରେ ବିଧାୟକ ଶ୍ରୀ ନାଏକ ସମସ୍ତ ବିଭାଗର ଅଧିକାରୀଙ୍କ ଠାରୁ କଡା ଗଣ୍ଡା ହିସାବ ମାଗିବା ସହ କାର୍ୟ୍ୟ ଦକ୍ଷତା ଓ ଉନ୍ନୟନ କାର୍ୟ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବାକୁ ପରୋକ୍ଷରେ ତାଗିଦ କରିଥିଲେ।

Comments are closed.