ବନ୍ୟାଜଳରେ ଅସ୍ତବ୍ୟସ୍ତ ଜନଜୀବନ: ଜଳରେ ଓଦା ହେଲା ଝିଅ ବାହାଘର ପାଇଁ ଥିବା ଟଙ୍କା

ମହାରାଷ୍ଟ୍ର : ମହରାଷ୍ଟ୍ର ଭଣ୍ଡାରାରେ ଆସିଥିବା ବନ୍ୟା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ନାନା ସମସ୍ୟା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି। ମାତ୍ର ଜଣେ ଶ୍ରମିକଙ୍କ ପରିବାରରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ନିଜ ଝିଅ ବିବାହ ନିମନ୍ତେ ସଞ୍ଚୟ କରି ରଖିଥିବା ଟଙ୍କା ବନ୍ୟା ଜଳରେ ଓଦା ହୋଇଗଲା। ଆସନ୍ତା ମାସରେ ଉକ୍ତ ଶ୍ରମିକଙ୍କ ଝିଅର ବାହାଘର। ଅନ୍ୟ କୌଣସି ଉପାୟ ନପାଇ ଓଦା ହୋଇଥିବା ଟଙ୍କାକୁ ପରିବାର ଲୋକେ ରାସ୍ତାରେ ଶୁଖାଇଲେ।
ଟଙ୍କା ପଇସା ବ୍ୟତୀତ ବିବାହ ପାଇଁ ଏକାଠି କରି ରଖିଥିବା ଅନ୍ୟ ସାମଗ୍ରୀ ବନ୍ୟା ଜଳରେ ଭାସିଯାଇଛି। ଆସନ୍ତା ମାସରେ ବାହାଘର ମାତ୍ର ନିକଟ ୱେନଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆସିବାରୁ ବର୍ତ୍ତମାନ ଏହି ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।
କିଛି ଅଂଚଳ ବନ୍ୟା ପାଣି ହ୍ରାସ ପାଇଥିବା ଜଣାପଡ଼ିଛି। ମାତ୍ର ବହୁ ଲୋକଙ୍କ ଜିନିଷ ପତ୍ର ନଷ୍ଟ ହେବା ସହ ପାଣିରେ ଭାସିଯାଇଛି। କେତେକଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି।
ବନ୍ୟାଜଳ ପ୍ରଭାବିତ ଅଞ୍ଚଳକୁ ଉଦ୍ଧାର କାର୍ଯ୍ୟ ପାଇଁ ଏନଡ଼ିଆରଏଫର ୪ଟି ଦଳକୁ ପଠାଯାଇଛି। ଏହି ଦଳ ନାଗପୁର , ଚନ୍ଦ୍ରପୁର ଜିଲାରେ ପ୍ରଭାବିତ ହୋଇଥିବା ଗାଁରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଭଣ୍ଡାରାର ଗୋନ୍ଦିଆ ଜିଲାରେ ୧୯୯୪ ହୋଇଥିବା ବନ୍ୟାରେ ଲୋକଙ୍କର ଖୁବ କ୍ଷତି ହୋଇଥିଲା। ଜିଲାରେ ପ୍ରାୟ ୬୨ ଗ୍ରାମରେ ଏହାର ପ୍ରଭାବ ପଡ଼ିଥିଲା। ପ୍ରାୟ ୧୮,୦୦୦ ଲୋକେ ପ୍ରଭାବିତ ମଧ୍ୟ ହୋଇଥିଲେ। ସୋମନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବହୁ ଲୋକଙ୍କ ଘର, ଚାଷ ଜମି ବନ୍ୟା ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

Comments are closed.