ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲଙ୍କ ପରଲୋକ

ପୁଣେ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶିବାଜୀରାଓ ପାଟିଲ ନିଲାଙ୍ଗେକରଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥାଇ ପୁଣେର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବୁଧବାର ୮୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଶିବାଜୀରାଓ ପାଟିଲ ୧୯୮୫ ଜୁନରୁ ୧୯୮୬ ମାର୍ଚ୍ଚ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହି ସମୟରେ ସେ ନିଜ ଝିଅ ଏବଂ ତାଙ୍କ ସାଙ୍ଗକୁ ସହାୟତା କରିବା ଲାଗି ୧୯୮୫ରେ ହୋଇଥିବା ଏକ ପରୀକ୍ଷାର ଫଳାଫଳକୁ ଜାଲିଆତ କରିଥିବା ଅଭିଯୋଗ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Comments are closed.