ମହାରାଷ୍ଟ୍ରରେ କଟକଣା କଡ଼ାକଡ଼ି ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By ସମାଜ ପୋର୍ଟାଲ ଡେସ୍କ On Mar 28, 2021 Share ମୁମ୍ବଇ: ମହାରାଷ୍ଟ୍ରରେ ସଂକ୍ରମଣକୁ ସରକାରଙ୍କ ନିଦ ହଜାଇ ଦେଇଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ପୂର୍ବରୁୁ ଜାରି କରିଥିବା କଟକଣାକୁ ଏପ୍ରିଲ ୧୫ପର୍ୟ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଥିସହିତ ସମସ୍ତ ପ୍ରକାରର ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟରେ କୌଣସି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି କୁହାଯାଇଛି। ଡ୍ରାମା ପ୍ରେକ୍ଷାଳୟଗୁଡିକୁ ଶନିବାର ରାତିରୁ ବନ୍ଦ କରିଦିଆଯାଇଛି। Related Posts ଦେଶରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ: ୮୭୯ ମୃତ Apr 13, 2021 ୨ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଠାକୁରାଣୀ… Apr 13, 2021 ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ରବିବାରଠାରୁ ମହାରାଷ୍ଟ୍ରରେ ରେସ୍ତୋରାଁ, ପାର୍କ ଓ ମଲ୍ ଆଦି ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ବନ୍ଦ ରହିବ। ଲୋକଙ୍କୁ ରାତି ୮ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ସମୁଦ୍ର କୂଳ ପରିଦର୍ଶନ କରିବାକୁ ଅନୁମତି ମିଳିବ ନାହିଁ। ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ସରକାର ଅନୁମତି ଦେଇଛନ୍ତି। କଟକଣାର ଉଲ୍ଲଙ୍ଘନ କଲେ ୧,୦୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ତାଗିଦା କରିଛନ୍ତି। ମାସ୍କ ନ ପିନ୍ଧିଲେ ୫୦୦ଟଙ୍କା, ବାହାରେ ଛେପ ପକାଇଲେ ୧,୦୦୦ଟଙ୍କା େଜାରିମାନା ଧାର୍ୟ୍ୟ କରାଯାଇଛି। Share FacebookTwitterWhatsApp