ମହାରାଷ୍ଟ୍ରରେ ଧାର୍ମିକ କାର୍ଯ୍ୟରେ ଲାଗୁଥିବା ଦ୍ରବ୍ୟରୁ ଜିଏସ୍‍ଟି ଆଦାୟ କରାଯିବ

0

ମୁମ୍ବଇ : ଧାର୍ମିକ ଗ୍ରନ୍ଥ, ମାଗାଜିନ, କ୍ୟାସେଟ୍‍, ଧର୍ମଶାଳା, ଖାଦ୍ୟଶାଳା ଆଦରୁ ଜିଏସ୍‍ଟି ଆଦାୟ କରାଯିବ ବୋଲି ମହାରାଷ୍ଟ ଜିଏସ୍‍ଟି ଅଦାଲତ ରାୟ ଦେଇଛନ୍ତି। ସାଧନା କେନ୍ଦ୍ର ନାମକ ଏକ ଧାର୍ମିକ ସଂସ୍ଥାର ସଦସ୍ୟ ଶ୍ରୀମଦ ରାମଚନ୍ଦ୍ର ଏକ ମାମଲା ଦାୟର କରିଥିଲେ। ତାଙ୍କର ସଂସ୍ଥା ଧାର୍ମିକ ଶିକ୍ଷାର ପ୍ରଚାର ପ୍ରସାର, ବିଭିନ୍ନ ଧାର୍ମିକ ବହି, ପତ୍ରିକା, କ୍ୟାସେଟ, ଖାଦ୍ୟଶାଳା ଆଦିରେ ଲୋକମାନଙ୍କୁ ସାହାଯ୍ୟ କରୁଥିବାରୁ ଟିକସ ମୁକ୍ତ କରାଯାଉ ବୋଲି ସଂସ୍ଥା ଦାବି ରଖିଥିଲା।
ସି-ଜିଏସ୍‍ଟି ନିୟମ ବିଭାଗ ୨(୧୭) ଅନୁସାରେ ଧାର୍ମିକ ଅନୁଷ୍ଠାନରେ ଯଦି କୌଣସି ଦ୍ରବ୍ୟର ବିକ୍ରୟ କରାଯାଏ ତାକୁ ବ୍ୟବସାୟ ଶ୍ରେଣୀର ଅର୍ନ୍ତଭୁକ୍ତ କରାଯାଇ ୧୮ପ୍ରତିଶତ ଟିକସ ଆଦାୟ କରାଯିବ। ତେଣୁ ଯଦି କୌଣସି ଧାର୍ମିକ ସଂସ୍ଥା ଭଗବତ ଗୀତା, କୁରାନ, ବାଇବେଲ ଭଳି ଧାର୍ମିକ ଗ୍ରନ୍ଥର ବ୍ୟବସାୟ କରୁଛନ୍ତି ସେମାନେ ସରକାରଙ୍କୁ ଟିକସ ପ୍ରଦାନ କରିବେ ବୋଲି ନିୟମ ରହିଛି। ଏଥିପାଇଁ ଧାର୍ମିକ ପ୍ରଚାର ପ୍ରସାର ପାଇଁ କିମ୍ବା ଧାର୍ମିକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀରୁ ଜିଏସ୍‍ଟି ଆଦାୟ କରିଯିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି।

Leave A Reply