ମଇ ୧ରୁ ମହାରାଷ୍ଟ୍ରରେ ଲାଗୁ ହେବ ଏନପିଆର

ମୁମ୍ବଇ : ମହାରାଷ୍ଟ୍ରରେ ମଇ ୧ତାରିଖରୁ ରାଷ୍ଟ୍ରିୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର) ଲାଗୁ ହେବ ବୋଲି ଜଣାପଡ଼ିଛି। ସମଗ୍ର ଦେଶରେ ରାଷ୍ଟ୍ରିୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର), ଏନଆରସି ଓ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ ପ୍ରଦର୍ଶନ ଜାରି ରହଛି। ଏଭଳି ସମୟରେ ମହାରାଷ୍ଟ୍ର ସରକାରଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକ୍କିତ କରିଛି । ସରକାରଙ୍କ ଏହି ନିଷ୍ପତ୍ତିରେ ଶିବସେନାର ସହାଯୋଗୀ ଦଳ କଂଗ୍ରେସ ଓ ଏନସିପି ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଖୁବଶୀଘ୍ର ରାଜ୍ୟରେ ରାଷ୍ଟ୍ରିୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧି ସୂଚନା ଜାରି କରାଯିବ ବୋଲି ସୂଚନା ମିଳିଛି।
ଏନପିଆର କ’ଣ?
ନାଗରିକତା ଆଇନ-୨୦୦୩ରେ ଏନପିଆରକୁ ନିମ୍ନ ମତେ ବର୍ଣ୍ଣନା କରାଯାଇଛି,- ଏନପିଆର ଅର୍ଥ କୌଣସି ଗାଁ କିମ୍ବା ଗ୍ରାମାଞ୍ଚଳ, ସହର କିମ୍ବା ୱାର୍ଡ଼ ତଥା ସହରାଞ୍ଚଳର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ବିବରଣୀ।

Comments are closed.