ପୁଣି ଲଜ୍ଜା : ମହାରାଷ୍ଟ୍ରରେ ଦୁଇ ଭାଇ ମିଶି ୧୪ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ

ମହାରାଷ୍ଟ୍ର : ମହାରାଷ୍ଟ୍ରର ନାଗପୁର ଜିଲାରେ ଗତ ମାସରେ ଦୁଇ ଭାଇ ମିଶି ଜଣେ ୧୪ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଦୁଇ ଭାଇ ହେଉଛନ୍ତି ଆକାଶ ସଞ୍ଜୟ କାରେମୋର(୨୭) ଓ ଶୁଭମ ସଞ୍ଜୟ କାରେମୋର(୨୧)।
ସୂଚନା ଅନୁସାରେ, ଅଭିଯୁକ୍ତ ଆକାଶ ସଞ୍ଜୟ କାରେମୋର(୨୭) ଗତ ମାସରେ ପୀଡିତାଙ୍କୁ ବିବାହ କରିବା ପାଇଁ କହି ଗଙ୍ଗାପୁର ଟକଲଘାଟ ଗ୍ରାମକୁ ନେଇଥିଲେ। ଏବଂ ସେଠାରେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହାପରେ ଅଭିଯୁକ୍ତ ଆକାଶର ସାନଭାଇ ଶୁଭମ ସଞ୍ଜୟ କାରେମୋର(୨୧) ସେହିଠାରେ ପହଞ୍ଚି ପୀଡିତାଙ୍କୁ ବଳାତ୍କାର କରିଥିଲେ। ନାବଳିକାଙ୍କ ସହ ବଳାତ୍କାର କରିବା ପରେ ଅଭିଯୁକ୍ତ ଦୁଇ ଭାଇ ପୀଡିତାଙ୍କୁ ନେଇଁ ତାଙ୍କ ମାମୁଁ ଘରେ ରଖିଥିଲେ। ପୀଡିତା ଜଣଙ୍କ ଅନାଥ ବୋଲି କହି ସେମାନେ ପୀଡିତାଙ୍କୁ ଅଭିଯୁକ୍ତର ମାମୁଁ ଘରେ ରଖିଥିବା ସୂଚନା ମିଳିଛି।
ପୀଡିତା ପରିବାର ପକ୍ଷରୁ ଅନେକ ଖୋଜା ଖୋଜି କରିବା ପରେ ସେମାନେ ଝିଅକୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ। ପରେ ପୁଲିସ ଯାଞ୍ଚ କରି ଗଙ୍ଗାପୁର ଟକଲଘାଟ ଗ୍ରାମରୁ ପୀଡିତାଙ୍କୁ ଉଦ୍ଧାର କରିଥିଲା।

Comments are closed.