କେନ୍ଦ୍ର ମନ୍ତ୍ରୀ ଅଠାୱାଲେ ଓ ଶରଦ ପାୱାରଙ୍କ ସମେତ ମହାରାଷ୍ଟ୍ରରୁ ୭ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ମୁମ୍ବଇ : ମହାରାଷ୍ଟ୍ରରୁ ଏନସିପି ମୁଖ୍ୟ ଶରଦ ପାୱାର ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ରାଷ୍ଟ୍ର ମନ୍ତ୍ରୀ ଜଷ୍ଟିସ ରାମଦାସ ଅଠାୱାଲେଙ୍କ ସମେତ ୭ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ ରାଜନେତାମାନେ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଉଦୟନ ରାଜେ ଭୋସାଲେ ଏବଂ ଭଗବତ କରାଡ, ଏନ୍‍.ସି.ପି. ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଫୌଜିଆ ଖାଁ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଏବଂ ପୂର୍ବତନ କଂଗ୍ରେସ ସାଂସଦ ରାଜୀବ ସତାବ। ଗତ ସନ୍ଧ୍ୟାରେ ମୁମ୍ବାଇଠାରେ ଏ ସମ୍ପର୍କରେ ସରକାରୀ ଭାବେ ଘୋଷଣା କରାଯାଇଛି।

Comments are closed.