ମହାରାଷ୍ଟ୍ରରେ ମୁସଲମାନଙ୍କୁ ସରକାରୀ ସ୍କୁଲ ଓ କଲେଜରେ ୫% ସଂରକ୍ଷଣ

ମୁମ୍ବଇ : ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନମାନଙ୍କ ପାଇଁ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଶୁକ୍ରବାର କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ ବୋଲି ଏନ୍ସିପି ସଦସ୍ୟ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନବାବ ମଲିକ୍ ସୂଚନା ଦେଇଛନ୍ତି।

ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ମଲିକ୍ କହିଛନ୍ତି, ମୁସଲମାନଙ୍କୁ ସରକାରୀ ସ୍କୁଲ ଓ କଲେଜରେ ସଂରକ୍ଷଣ ଦେବା ସହିତ ଚାକିରି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ପାଇଁ ଯୋଜନା କରୁଛନ୍ତି। ସରକାର ଏଥିପାଇଁ ଆଇନଗତ ପରାମର୍ଶ ଲୋଡ଼ୁଥିବା ସେ ସୂଚନା ଦେଇଛନ୍ତି।

Comments are closed.