ପୂର୍ବତନ ଗୃହମନ୍ତ୍ରୀଙ୍କ ବିରୋଧରେ ତଦନ୍ତରେ ସହଯୋଗ କରୁନାହାନ୍ତି ମହାରାଷ୍ଟ୍ର ସରକାର : ସିବିଆଇ

ମୁମ୍ୱାଇ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବମ୍ବେ ହାଇକୋର୍ଟଙ୍କୁ କହିଛି ଯେ ମହାରାଷ୍ଟ୍ର ସରକାର ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହେଉଥିବା ଯାଞ୍ଚରେ ସହଯୋଗ କରୁନାହାଁନ୍ତି ।
ସିବିଆଇ ତରଫରୁ  ଅଦାଲତରେ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ହାଇକୋର୍ଟଙ୍କ ପୂର୍ବ ଆଦେଶ ଅନୁଯାୟୀ ଆରମ୍ଭ ହୋଇଥିବା ଏହି ତଦନ୍ତରେ ସମଗ୍ର ରାଜ୍ୟ ପ୍ରଶାସନକୁ ତରଫରୁ ନିଜର ଆଭିମୁଖ୍ୟ  ସ୍ପଷ୍ଟ କରିବାର ସୁଯୋଗ ଥିଲା, କିନ୍ତୁ ମହାରାଷ୍ଟ୍ର ସରକାର ସହଯୋଗ କରିବାକୁ ମନା କରିଦେଇଥିଲେ।
ପୂର୍ବତନ ସହକାରୀ ପୁଲିସ କମିଶନର ସଚିନ ୱାଜେଙ୍କ ପୁନଃ ଅବସ୍ଥାପିତ କରିବା ଏବଂ ମୁମ୍ବାଇ ପୁଲିସ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ନିଯୁକ୍ତିରେ ଦେଶମୁଖଙ୍କ ଅଯଥା ହସ୍ତକ୍ଷେପକୁ ଅନ୍ତର୍ଭୁକ୍ତ କରି ସିବିଆଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଛି ବୋଲି ରାଜ୍ୟ ସରକାର ଦେଇଥିବା ଅଭିଯୋଗକୁ ଶ୍ରୀ ମେହେଟ୍ଟା ଅସ୍ୱୀକାର କରିଛନ୍ତି।

ସେହିପରି ବେଆଇନ ଫୋନ୍ ଟ୍ୟାପିଂ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ ମାମଲାରେ ଆଇପିଏସ୍ ଅଧିକାରୀ ରଶ୍ମି ଶୁକ୍ଲାଙ୍କ ବିରୋଧରେ ଚାଲିଥିବା  ତଦନ୍ତରେ ସିବିଆଇ ଦେଶମୁଖଙ୍କ ଯାଞ୍ଚକୁ ବ୍ୟବହାର କରୁଛି ବୋଲି ରାଜ୍ୟ ପରାମର୍ଶଦାତା, ତଥା ବରିଷ୍ଠ ଆଡଭୋକେଟ୍ ରଫିକ୍ ଦାଦା ଦେଇଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି।

ଜଷ୍ଟିସ୍ ଏସ୍ ଏସ୍ ସିନ୍ଦେ ଏବଂ ଏନଜେ ଜାମଦାରଙ୍କ ଏକ ବେଞ୍ଚରେ ସଲିସିଟର ଜେନେରାଲ ଏହି ଆବେଦନ ଦାଖଲ କରିଛନ୍ତି, ଚଳିତ ବର୍ଷ ଆରମ୍ଭରେ ଯାହା ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆରରୁ ଦୁଇଟି ଅନୁଚ୍ଛେଦ ଦେଶମୁଖଙ୍କ ବିରୋଧରେ ପଠାଇବାକୁ ଆବେଦନ କରିଥିଲେ।

ସିବିଆଇ, ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଆଧାର କରି ଦେଶମୁଖଙ୍କ ଦୁର୍ନୀତି ଏବଂ ଅନ୍ୟ ମାମଲାର ଯାଞ୍ଚ କରୁଛି।

Comments are closed.