ଆସନ୍ତା କାଲିଠାରୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧାର୍ମିକସ୍ଥଳୀ

ମୁମ୍ବଇ : ମହାରାଷ୍ଟ୍ର ସରକାର ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଧାର୍ମିକସ୍ଥଳୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୬ ମାସରୁ ଅଧିକ ସମୟ ବନ୍ଦ ରହିବା ପରେ ଧର୍ମପୀଠ ଗୁଡ଼ିକୁ ସାଧାରଣ ଲୋକଙ୍କ ନିମନ୍ତେ ଖୋଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଏଗୁଡ଼ିକ ଖୋଲିବା ନେଇ ନିଷ୍ପତ୍ତି ବିଳମ୍ବିତ ହୋଇଥିଲା।

ଏ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମହାରାଷ୍ଟ୍ରର କ୍ୟାବିନେଟ୍‍ ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି, ଏବେ କରୋନା ରୋଗୀଙ୍କ ସଂଖ୍ୟା କମ୍‍ ଥିବାରୁ
ଧାର୍ମିକ ସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ। ସେ କହିଛନ୍ତି, ସମସ୍ତ ଧର୍ମସ୍ଥଳୀ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେବ। ମାସ୍କ୍‍ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମ ଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଗତ କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ସ୍ଥିତିରେ ଉନ୍ନତି ଦେଖାଦେବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Comments are closed.