ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଖୋଲିବ ସିନେମା ହଲ୍, ଥିଏଟର ଓ ଯୋଗ ପ୍ରତିଷ୍ଠାନ

ମୁମ୍ବଇ : ମହାରାଷ୍ଟ୍ର ସରକାର ଗୁରୁବାରଠାରୁ ସିନେମା ହଲ୍ ଏବଂ ଥିଏଟର ଇତ୍ୟାଦି ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଯାହା କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିଲା। ବୁଧବାର ଜାରି କରାଯାଇଥିବା ଏକ ଆଦେଶରେ ସରକାର କହିଛନ୍ତି ଯେ ଦର୍ଶକଙ୍କ କ୍ଷମତା ୫୦ ପ୍ରତିଶତ ଥିବା ସିନେମା ହଲ୍, ଥିଏଟର ଏବଂ ମଲ୍ଟିପ୍ଲେକ୍ସ ଖୋଲିବାକୁ ଅନୁମତି ଦିଆଯାଇଛି। ଏହା ସହିତ ସରକାର ଯୋଗ ପ୍ରତିଷ୍ଠାନ ଏବଂ ଇଣ୍ଡୋର କ୍ରୀଡା ପୁଣି ଥରେ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଏହି ସବୁ ସଂସ୍ଥା ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି।

 

Comments are closed.